29.4 C
Bhubaneswar
Saturday, May 4, 2024
Homeଓଡିଶାଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା

ଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର : ରାଜ୍ୟରେ ତଳ ମୁହାଁ ହେବାରେ ଲାଗିଛି କୋଭିଡ ସଂକ୍ରମଣ । ଆଉ ଦ୍ୱିତୀୟ ଲହର ନ ସରୁଣୁ ପୁଣି ଡରାଇଛି ତୃତୀୟ ଲହର ଭୟ । ସେପଟେ ତୃତୀୟ ଲହର ପାଇଁ  ବିଏମସି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଛନ୍ତି  ବିଏମସି କମିସନର । ସେ କହିଛନ୍ତି କି ଏବେବି ରାଜଧାନୀରେ ଟିକାକରଣ ଜାରି ରହିଛି ଆଉ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଖୁବଶୀଘ୍ର ଟିକାକରଣ କରାଯିବ । ଅନ୍ୟପଟେ ଟିକାକରଣ ପାଇଁ ଦ୍ୱିତୀୟ ଡୋଜ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ତା ସହିତ ରାଜ୍ୟରେ ଶିଶୁ ମାନେ ଅଧିକ ସଂଖ୍ୟାରେ କୋଭିଡ ସଂକ୍ରମିତ ହେଉଥିବାରୁ ସେମାନଙ୍କୁ ଟିକାକରଣ ନେଇ ଅଧିକ ଗୁରୁତ୍ୱ ଦିଆଯିବ । ଏଥିପାଇଁ ଆଉ ଅତିରିକ୍ତ ୧୧ ଲକ୍ଷ ଟିକା ଆସିବା ନେଇ ସୂଚନା ମିଳିଛି । ଯେଉଁଥିରୁ ୯ ଲକ୍ଷ ୯୨ ହଜାର ୩୮୦ କୋଭିସିଲ୍ଡ଼ ଓ ୧ ଲକ୍ଷ ୨୪ ହଜାର କୋଭାକ୍ସିନ ଟିକା ଆସିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ କୋଟି ୧୧ ଲକ୍ଷ ୪୬ ହଜାର ୧୮୯ ଜଣ ଟିକା ନେଇଥିବାବେଳେ ପ୍ରଥମ ଡୋଜ ନେଇଛନ୍ତି ୧ କୋଟି ୬୦ ଲକ୍ଷ ୯୫ ହଜାର ୪୮୫ ଓ ଦ୍ୱିତୀୟ ଡୋଜ ନେଇଛନ୍ତି ୫୦ ଲକ୍ଷ ୫୦ ହଜାର ୭୦୩ ଜଣ । ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକମାନେ ୫୦ ଲକ୍ଷ ଟୀକାକରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking