28.1 C
Bhubaneswar
Wednesday, April 24, 2024
Homeଓଡିଶାନକଲି କୋଭିଡିଲ୍ଡ ଟିକା ଉପରେ କଡ଼ା ନଜର ରଖ

ନକଲି କୋଭିଡିଲ୍ଡ ଟିକା ଉପରେ କଡ଼ା ନଜର ରଖ

ଭୁବନେଶ୍ୱର: ରାଜ୍ୟରେ ଘରୋଇ ହସ୍ପିଟାଲରେ ଚାଲିଥିବା କୋଭିଡ୍ ଟିକା କେନ୍ଦ୍ର ଉପରେ କଡ଼ା ନଜର ରହିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । ଏନେଇ ରାଜ୍ୟର ହିତାଧିକାରୀଙ୍କ ଘର ପାଖରେ ଘରୋଇ ହସ୍ପିଟାଲ ଅଧିନରେ ପରିଚାଳିତ କୋଭିଡ୍ ଟିକାକରଣ କେନ୍ଦ୍ର ଉପରେ କଡ଼ା ନଜର ରଖାଯାଉ । କାରଣ ୱାର୍ଲ୍ଡ ହେଲ୍‌ଥ ଅର୍ଗାନାଇଜେନ୍ (ହୁ) ନଜରରେ ଆସିଛି ଯେ କେତେକ ଦକ୍ଷୀଣ-ପୂର୍ବ ଏସିଆ ଓ ଆଫ୍ରିକାରେ କୋଭିସିଲ୍ଡ ଟିକାର ନକଲି ଓ ଅନୈତିକ କାରବାର ଚାଲିଛି । ଏପରି କ୍ଷେତ୍ରରେ ଲୋକ ଭୁଲ ବସତଃ ଏହି ନକଲି ଟିକା ନେଇଯାଇପାରନ୍ତି । ତେଣୁ କେନ୍ଦ୍ର ସରକାର ଏଭଳି କ୍ଷେତ୍ରରେ କଡ଼ା ନଜର ରଖିବା ଲାଗି ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଭିତ୍ତିକରି ଓଡ଼ିଶାରେ ଘରୋଇ ଅଧିନରେ ପରିଚାଳିତ ଟିକା କେନ୍ଦ୍ର ଉପରେ କଡ଼ା ନଜର ରଖିବା ଲାଗି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking