38.1 C
Bhubaneswar
Tuesday, April 23, 2024
Homeଓଡିଶାଏଣିକି ରବିବାରରେ ବି ରାଜଧାନୀରେ ଟିକାକରଣ

ଏଣିକି ରବିବାରରେ ବି ରାଜଧାନୀରେ ଟିକାକରଣ

ଭୁବନେଶ୍ୱର: ଭୁବନେଶ୍ୱରରେ ତ୍ୱରିତ ହେଉଛି  ଟିକାକରଣ । ନିକଟରେ ରାଜଧାନୀ ୨୧ ଲକ୍ଷ ଡୋଜ କୋଭାସ୍କିନ୍ ଟିକା ଦେଇସାରିଛି । ଏବେ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରିତ କରିବା ଉଦ୍ଦେଶ୍ୟରେ ଏଣିକି ରବିବାର  ବି ରାଜଧାନୀରେ ଚାଲିବ ଟିକାକରଣ । ଭୁବନେଶ୍ୱରରେ ୨୬ଟି ଟିକାକରଣ କେନ୍ଦ୍ରରେ ରବିବାର ଟିକାକରଣ କରାଯିବ । ପୂର୍ବରୁ ରବିବାର କେନ୍ଦ୍ରଗୁଡିକର ସାନିଟାଇଜେସନ ପାଇଁ ଟିକାକରଣକୁ ବନ୍ଦ କରାଯାଉଥିଲା । ଯେଉଁମାନେ ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି ସେମାନେ ଟିକାକରଣ କେନ୍ଦ୍ରକୁ ଯାଇ ସହଜରେ ଟିକା ନେଇପାରିବେ । ୧୮ ବର୍ଷରୁ ୪୪ ବର୍ଷ ଓ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କ ପାଇଁ ରବିବାର ଟିକାକରଣ କେନ୍ଦ୍ର ଖୋଲା ରହିବ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ଓ ବିଏମସି ହସ୍ପିଟାଲ ସମେତ ବାକି ୨୩ଟି ୟୁପିଏଚସିରେ ଟିକାଦାନ କରାଯିବ । ସକାଳ ୯ ଟାରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ ଚାଲିବ ବୋଲି ବିଏମସି ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking