27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଗାଜାର ଏକ ଆଶ୍ରୟ କ୍ୟାମ୍ପରେ ଇସ୍ରାଏଲ ସେନାର ଆକ୍ରମଣ! ଶତାଧିକ ମୃତ, ୭୦୦ ରୁ ଅଧିକ...

ଗାଜାର ଏକ ଆଶ୍ରୟ କ୍ୟାମ୍ପରେ ଇସ୍ରାଏଲ ସେନାର ଆକ୍ରମଣ! ଶତାଧିକ ମୃତ, ୭୦୦ ରୁ ଅଧିକ ଆହତ

ଗାଜା: କିଛି ଦିନର ବ୍ୟବଧାନ ମଧ୍ୟରେ ଗାଜାରେ ପୁଣି ବଡଧରଣର ଆକ୍ରମଣ କରିଛି ଇସ୍ରାଏଲ ସେନା । ଉତ୍ତର ଗାଜାରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ଏହି ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ଶତାଧିକ ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗାଜାର ଅଭିଯୋଗ ଅନୁସାରେ, ଏହି କ୍ୟାମ୍ପରେ ଖାଦ୍ୟ ଓ ଅନ୍ୟ ରିଲିଫ ସାମଗ୍ରୀ ବିତରଣ ହେଉଥିବା ବେଳେ ଇସ୍ରାଏଲୀ ଫୋର୍ସ ଏହି ଅତର୍କିତ ଆକ୍ରମଣ କରିଛି । ଏବେ ସୁଦ୍ଧା ୧୦୪ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ପ୍ରାୟ ୭ଶହ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଆହତଙ୍କ ମଧ୍ୟରେ ବହୁ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଥିବା ଗାଜା ପକ୍ଷରୁ ଦାବି କରାଯାଇଛି । ତେବେ ଇସ୍ରାଏଲ ପକ୍ଷରୁ ଏହି ଘଟଣା ସମ୍ପର୍କରେ କୁହାଯାଇଛି ଯେ, ଉତ୍ତର ଗାଜାର ଏକ ସ୍ଥାନରେ ଏକତ୍ରିତ ହୋଇଥିବା ଲୋକଙ୍କ ଠାରୁ କୌଣସି ବିପଦ ଆଶଙ୍କା କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ମୃତାହତ ସଂଖ୍ୟା ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ କୌଣସି ସୂଚନା ଦେଇନି । ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଓ ୭ଶହରୁ ଅଧିକ ସାଧାରଣ ଲୋକେ ଆହତ ହୋଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ହୋଇଛି । ଗତବର୍ଷ ସେପ୍େଟମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ହିଂସା ଏବେ ପର୍ଯ୍ୟନ୍ତ ଅନ୍ତ ହେବାର ନାଁ ନେଉନାହିଁ । ଗାଜାରୁ ସଞ୍ଚାଳିତ ହେଉଥିବା ହମାସ ଆତଙ୍କୀ ସଂଗଠନ ପ୍ରଥମେ ଇସ୍ରାଏଲ ଉପରେ ପ୍ରବଳ ରକେଟ ମାଡ କରିଥିଲା । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ମଧ୍ୟ ପ୍ରବେଶ କରି ଗୁଳିମାଡ କରିଥିଲେ । ଏଥିରେ ଇସ୍ରାଏଲର ପ୍ରାୟ ୧୪ଶହ ନାଗରିକଙ୍କ ପ୍ରାଣହାନୀ ହୋଇଥିଲା । ମୃତକଙ୍କ ମଧ୍ୟରେ ସେନାର ଯବାନ ମଧ୍ୟ ଥିଲେ । ଏହା ପରେ ଇସ୍ରାଏଲ ସିଧା ଯୁଦ୍ଧ ଘୋଷଣା କରିଥିଲା । ଏବେ ସୁଦ୍ଧା ଇସ୍ରାଏଲ ଆକ୍ରମଣରେ ଗାଜାରେ ପ୍ରାୟ ୨୦ ହଜାର ଲୋକଙ୍କ ପ୍ରାଣହାନୀ ଘଟିସାରିଛି । ପ୍ରଥମେ ଏୟାରଷ୍ଟ୍ରାଇକ କରିବା ପରେ ଏବେ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି ଇସ୍ରାଏଲ ସେନା । ଏକାଧିକ ପର୍ଯ୍ୟାୟର ଅସ୍ତ୍ରବିରତି ଘୋଷାଣା ହେବା ପରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking