27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅଜବ ପରମ୍ପରା.... ଏଠି ଲୋକଙ୍କୁ ଗାଧୋଇବା ମନା....

ଅଜବ ପରମ୍ପରା…. ଏଠି ଲୋକଙ୍କୁ ଗାଧୋଇବା ମନା….

ବ୍ୟୁରୋ: ଦୁନିଆରେ ବିଭିନ୍ନ ଜନଜାତିର ଲୋକ ବାସ କରନ୍ତି । ଏମାନଙ୍କର ଖାଦ୍ୟ, ପୋଷାକ, ଜୀବନଶୈଳୀ, ରୀତିନୀତି ଏବଂ ପରମ୍ପରା ଭିନ୍ନ ଭିନ୍ନ । ଦୁନିଆର ଅଧିକାଂଶ ଜନଜାତି ଏବଂ ଆଦିବାସୀ ସମ୍ପ୍ରଦାୟର ନିଜନିଜର ରୀତିନୀତି ଏବଂ ପରମ୍ପରା ରହିଛି । କେବଳ ଏତିକି ନୁହେଁ, ଏହି ଲୋକମାନେ ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ଅନୁସରଣ କରୁଛନ୍ତି । ତେବେ ଆଫ୍ରିକୀୟ ମହାଦେଶର ନାମ୍ୱିଆରେ ହିମ୍ବା ନାମକ ଏକ ଜନଜାତିର ଲୋକ ଅଛନ୍ତି । ଯେଉଁମାନେ ଜୀବନରେ କେବଳ ଥରେ ହିଁ ଗାଧୋଇଥାଆନ୍ତି ।

କେବଳ ଏତିକି ନୁହେଁ ସେମାନଙ୍କର ଗାଧୋଇବା ଉପରେ କଡା ନିଷେଧାଦେଶ ରହିଛି । ଏହି ଜାତିର ମହିଳାମାନେ କେବଳ ନିଜ ବିବାହ ଦିନ ହିଁ ସ୍ନାନ କରନ୍ତି । ସେମାନଙ୍କର ପୋଷାକ ଧୋଇବା ପାଇଁ ପାଣି ମଧ୍ୟ ବ୍ୟବହାର କରିବା ଉପରେ କଟକଣା ରହିଛି । ଆଫ୍ରିକାରେ ଏହି ଜନଜାତିର ସମୁଦାୟ ଜନସଂଖ୍ୟା ପ୍ରାୟ ୫୦ହଜାର । ସବୁଠୁ ବଡ ପ୍ରଶ୍ନ ହେଉଛି ଯେତେବେଳେ ସେମାନେ ସ୍ନାନ କରନ୍ତି ନାହିଁ, ତେବେ ସେମାନେ କିପରି ନିଜକୁ ସଫା ରଖନ୍ତି । ଏମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଧୂଆଁର ସାହାଯ୍ୟ ନିଅନ୍ତି ।

ମହିଳାମାନେ ସଫା ରହିବା ପାଇଁ ସ୍ୱତନ୍ତ୍ର ପଦ୍ଧତି ଆପଣାଇଥାଆନ୍ତି । ସେମାନେ ପାଣିରେ ଏକ ସ୍ୱତନ୍ତ୍ର ପ୍ରକାରର ଜଡିବୁଟିକୁ ପାଣିରେ ଫୁଟାନ୍ତି ଏବଂ ଏଥିରୁ ବାହାରୁଥିବା ବାଷ୍ପକୁ ନିଜକୁ ସଫା ରଖିବା ପାଇଁ ବ୍ୟବହାର କରନ୍ତି । ଏହି କାରଣରୁ ସେମାନଙ୍କର ଶରୀର ଦୁର୍ଗନ୍ଧ ହୁଏ ନାହିଁ । ନିଜ ଚର୍ମକୁ ସୂର୍ଯ୍ୟଙ୍କଠାରୁ ରକ୍ଷା କରିବା ପାଇଁ ନିଜେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଲୋସନ ମଧ୍ୟ ଲଗାନ୍ତି । ଏହି ଲୋସନ ପଶୁ ଚର୍ବି ଏବଂ ସ୍ୱତନ୍ତ୍ର ମିନେରାଲ୍ ହେମାଟାଇଟରୁ ତିଆରି ହୋଇଥାଏ । ହିମ୍ବା ଜନଜାତିରେ ପିଲା ଜନ୍ମକୁ ନେଇ ଏକ ଭିନ୍ନ ପରମ୍ପରା ପାଳନ କରାଯାଏ । ଶିଶୁ ଜନ୍ମହେବା ପରେ ତାର ଜନ୍ମ ତାରିଖ ମନେ ରଖାଯାଏ ନାହିଁ । ମହିଳା ସନ୍ତାନ ଜନ୍ମ କରିବା ବିଷୟରେ ଚିନ୍ତା କରିବା ଆରମ୍ଭ କରିବା ଦିନଠାରୁ, ଶିଶୁର ଜନ୍ମ ଗ୍ରହଣୀୟ ବୋଲି ଧରାଯାଏ । କେବଳ ଏତିକି ନୁହେଁ, ସେମାନେ ନିଜ ପିଲାଙ୍କ ପାଇଁ ଏକ ଗୀତ ରଚନା କରିଥାନ୍ତି, ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପିଲାଙ୍କୁ ଶୁଣାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking