19.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଲିଭ୍‌-ଇନ୍ ରିଲେସନସିପ୍‌କୁ ଆହ୍ଲାବାଦ ହାଇକୋର୍ଟ ଶୁଣାଇଲେ ଏପରି ରାୟ....

ଲିଭ୍‌-ଇନ୍ ରିଲେସନସିପ୍‌କୁ ଆହ୍ଲାବାଦ ହାଇକୋର୍ଟ ଶୁଣାଇଲେ ଏପରି ରାୟ….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୁବକ ଓ ଯୁବତୀଙ୍କ ମଧ୍ୟରେ ବଢ଼ୁଥିବା ଲିଭ୍‌-ଇନ୍ ରିଲେସନସିପକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତର ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଲିଭ୍‌୍‌-ଇନ୍ ରିଲେସନସିପରେ ମୁକ୍ତ ସମ୍ପର୍କର ଲୋଭରେ ଦେଶର ଯୁବକମାନେ ଜୀବନ ନଷ୍ଟ କରୁଛନ୍ତି । ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ କରି ପ୍ରକୃତ ଜୀବନ ସାଥୀ ମିଳୁନାହିଁ । ପାଶ୍ଚାତ୍ୟ ସଭ୍ୟତାର ଅନ୍ଧ ଅନୁକରଣ ଏବଂ ଗଣମାଧ୍ୟମ ମାଧ୍ୟମରେ ଘଟୁଥିବା ସାମାଜିକ ପରିବର୍ତ୍ତନକୁ ନେଇ କୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ପାଶ୍ଚାତ୍ୟ ସଂସ୍କୃତିକୁ ଅନ୍ଧ ଭାବରେ ଅନୁସରଣ କରି ଦେଶର ଯୁବକମାନେ ସେମାନଙ୍କ ବିପରୀତ ଲିଙ୍ଗ ସହିତ ମୁକ୍ତ ସମ୍ପର୍କକୁ ପସନ୍ଦ କରୁଛନ୍ତି ଏବଂ ଏହି ଲୋଭରେ ଯୁବକମାନେ ଜୀବନ ନଷ୍ଟ କରୁଛନ୍ତି ।

କାର୍ଟ କହିଛନ୍ତି ଯେ, ଏହି କାରଣରୁ ସେମାନେ ଉପଯୁକ୍ତ ଜୀବନ ସାଥୀ ଖୋଜିବାରେ ଅସମର୍ଥ ହେଉଛନ୍ତି । ସୋସିଆଲ ମିଡିଆ, ଚଳଚ୍ଚିତ୍ର, ଟିଭି ସିରିଏଲ ଏବଂ ୱେବ୍ ସିରିଜର ପ୍ରଭାବରେ ଦେଶର ଯୁବକମାନେ ନିଜ ଜୀବନର ସଠିକ୍ ରାସ୍ତା ବିଷୟରେ ନିଷ୍ପତ୍ତି ନେବାକୁ ସକ୍ଷମ ନୁହଁନ୍ତି । ସଠିକ୍ ସାଥୀ ସନ୍ଧାନରେ, ସେମାନେ ପ୍ରାୟତଃ ଭୁଲ୍ ସାଥୀଙ୍କ ସହିତ ରହିବାକୁ ଲାଗନ୍ତିି । କୋର୍ଟ କହିଛନ୍ତି ଯେ, ସୋସିଆଲ ମିଡିଆ, ଚଳଚ୍ଚିତ୍ର ଇତ୍ୟାଦି ଦର୍ଶାଏ ଯେ ଜୀବନସାଥୀଙ୍କ ସହ ବିଶ୍ୱାସଘାତକତା ସ୍ୱାଭାବିକ ଘଟଣା । ଏହା କଳ୍ପନା ଜାଗ୍ରତ କରେ ଏବଂ ସେମାନେ ସମାନ ଭାବରେ ପରୀକ୍ଷଣ ଆରମ୍ଭ କରନ୍ତି, କିନ୍ତୁ ଏଡା ପ୍ରଚଳିତ ଆଦର୍ଶ ସହିତ ମେଳ ଖାଉ ନାହିଁ ।

ଜଷ୍ଟିସ ସିଦ୍ଧାର୍ଥଙ୍କ ଏକକ ବେଞ୍ଚ ଗୋଟିଏ ମାମଲାରେ ଏପରି କହିଛନ୍ତି । ଜଣେ ଝିଅକୁ ଆତ୍ମହତ୍ୟା କରିବା ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜୟ ଗୋବିନ୍ଦ ଛଦ୍ମନାମ ରାମଜୀ ଯାଦବଙ୍କ ଜାମିନ ଆବେଦନ ଗ୍ରହଣ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏପରି ଯୁବକମାନେ ସମାଜ, ସେମାନଙ୍କ ପିତାମାତା ଏବଂ ବେଳେବେଳେ ନିଜ ପସନ୍ଦର ସାଥୀ ବିରୁଦ୍ଧରେ ଅସଦାଚରଣ କରନ୍ତି । ପରିସ୍ଥିତିରୁ ବାହାରକୁ ବାହାରିବା ପାଇଁ ସେମାନଙ୍କୁ କେଯଣସି ରାସ୍ତା ମିଳିନଥାଏ, ଯାହାଫଳରେ ସେମାନେ ଏପରି ସମ୍ପର୍କରେ ଫସିଯାଆନ୍ତି । ଏହିପରି ସମ୍ପର୍କ ଭାରତୀୟ ପରମ୍ପରାରେ ଗ୍ରହଣୀୟ ନୁହେଁ । ଭାରତୀୟ ସମାଜରେ ଏହି କଥାକୁ ନେଇ ଭ୍ରମ ରହିଛି କି, ଛୋଟ ପିଲାମାନଙ୍କୁ ପାଶ୍ଚାତ୍ୟ ଆଦର୍ଶ ଗ୍ରହଣ କରିବାକୁ ଅନୁମତି ମିଳିଛି ବା ସେମାନଙ୍କୁ ଭାରତୀୟ ସଂସ୍କୃତିର ସୀମା ମଧ୍ୟରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking