ଭବାନୀପାଟଣା : ରବିବର ଭବାନୀପାଟଣାରେ ଅଖିଳ ସ୍ମୃତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରାୟ ୫୦୦ ଅଖିଳ ପ୍ରେମୀ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ କବି, ଗାଳ୍ପିକ, ସାମାଜିକ ସଂସ୍କୃତିକ କର୍ଯ୍ୟକର୍ତା ଓ କବି ଅଖିଳ ନାୟକଙ୍କ ଛାତ୍ରଛାତ୍ରୀ । କବି ଅଖିଳ ନାୟକଙ୍କ ମାଆ ବସୁମତୀ ନାୟକ ଓ ପରିବାର ବର୍ଗ ତାଙ୍କ ଫଟୋ ଚିତ୍ରରେ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏତଦବ୍ୟତିତ ସାମାଜିକ କାର୍ଯ୍ୟକାର୍ତ୍ତା ଲିଙ୍ଗରାଜ ଆଜାଦ,ଦମ୍ବୁରୁ ନାୟକ,ଅଭିରାମ ମଲ୍ଲିକ, ପ୍ରଣବ ପଟ୍ଟଯୋଶୀ,ଲିଙ୍ଗରାଜ ପ୍ରଧାନ,ମିନତୀ ନାୟକ,ରାଜକିଶୋର ସୁନାନୀ ପ୍ରମୁଖ ଅଖିଳ ନାୟକଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଥିଲେ,କବି ଦୁର୍ଗା ପ୍ରସାଦ ପଣ୍ଡା,କବି ସରୋଜ ମହାନ୍ତି,କବି ଲେନିନ କୁମାର,ଆମ୍ବେଦକରବାଦୀ ବିବେକ ସୁନା,ମୁକେଶ ସୁନା, ଜୟ ଦୀପ ପଙ୍କଜ ନାୟକ ଓ ବିବେକ ମହାନନ୍ଦ ଅଖିଳ ନାୟକଙ୍କ ସାହିତ୍ୟ ଏବଂ ବିଚାରବୋଧ ଉପରେ ଆଲୋଚନା କରିଥିଲେ । ଶେଷରେ ଅଖିଳ ନାୟକଙ୍କ କବିତା ଗୁଡିକ ପାଠ କରିବା ସଙ୍ଗେ ସଙ୍ଗେ ତାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରି ଅଖିଳ ସ୍ମୃତି ସମ୍ମିଳନର ଉଦ୍ଯାପନ କରାଯାଇଥିଲା । ସମ୍ମିଳନୀରେ ଯୋଗ ଦେବାକୁ ନିୟମଗିରି ପାହାଡରୁ ଓହ୍ଲାଇ ଡଙ୍ଗରିଆ କନ୍ଧମାନେ ଭବାନୀପାଟଣା ଆସିବା ଓ ସ୍ମୃତିସଭାରେ ଅଖିଳଙ୍କ ସଂଗ୍ରାମୀ ସ୍ମୃତିକୁ ମନେ ପକାଇବା ସମସ୍ତଙ୍କୁ ଅଭିଭୂତ କରିଥିଲା।