28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଆରମ୍ଭ ହେଲା ସର୍ବଦଳୀୟ ବୈଠକ; ଏକାଠି ହେଲେ ଶାସକ-ବିରୋଧୀ 

ଆରମ୍ଭ ହେଲା ସର୍ବଦଳୀୟ ବୈଠକ; ଏକାଠି ହେଲେ ଶାସକ-ବିରୋଧୀ 

ନୂଆଦିଲ୍ଲୀଆସନ୍ତାକାଲିଠାରୁ 5 ଦିନିଆ ସଂସଦ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ସର୍ବଦଳୀୟ ବୈଠକ ବସିଛି । ସଂସଦ ଲାଇବ୍ରୋରୀ ବିଲ୍ଡିଂରେ ଏହି ବୈଠକ ଅପରାହ୍ନରେ ଆରମ୍ଭ ହୋଇଛି । ଏକାଠି ହୋଇଛନ୍ତି ଶାସକ ବିରୋଧୀଙ୍କ ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି । ଆଜି ବୈଠକରେ ସରକାର ଶୃଙ୍ଖଳାରେ ଗୃହକାର୍ଯ୍ୟ ଓ ସୁସ୍ଥ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିବା ସହ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ବିରୋଧୀ ଦାବି କରିବେ । ବୁଧବାର ସଂସଦୀୟ ବ୍ଯାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧିବେଶନ ପୂର୍ବ ସଂଧ୍ୟା (ଆଜି, 17 ତାରିଖ)ରେ ସର୍ବଦଳୀୟ ବୈଠକ ନେଇ ସମସ୍ତ ରାଜନୈତିକ ଦଳକୁ ଅବଗତ କରିଥିଲେ । ଇ-ମେଲ୍‌ ମାଧ୍ୟମରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜନୈତିକ ଦଳକୁ ବୈଠକକୁ ନିମନ୍ତ୍ରଣ କରାଯାଇଥିଲା ।

ଆସନ୍ତାକାଲିଠାରୁ ଏହି 5 ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ କୌଣସି ବଡ଼ ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ସରକାର ଏଜେଣ୍ଡା ସ୍ପଷ୍ଟ କରିନଥିବା ବେଳେ, ଏକକ ନିର୍ବାଚନ ପ୍ରସଙ୍ଗରେ କିଛି ପ୍ରକ୍ରିୟା ଆରମ୍ଭ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସରକାରୀ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ସର୍ବଦଳୀୟ ବୈଠକରେ ଉପସ୍ଥିତ ରହିଛନ୍ତି । ସେହିପରି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, DMK ମୁଖ୍ୟ ବାଇକୋ, ଦଳୀୟ ସଂସାଦ ତିରୁଚି ଶିବା, ସିପିଆଇ (ଏମ) ନେତା ଭି.ଶିବାଦସନ, ଆପ ସାଂସଦ ସଂଞ୍ଜୟ ସିଂ, ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking