25.8 C
Bhubaneswar
Saturday, July 27, 2024
Homeଖେଳଭାରତ ଏସିଆ କପ୍ ଚାମ୍ପିଅନ୍ : ଫାଇନାଲରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ

ଭାରତ ଏସିଆ କପ୍ ଚାମ୍ପିଅନ୍ : ଫାଇନାଲରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ

କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିବା ସହ ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିନେଇଛି ରୋହିତ ବାହିନୀ । ୫୧ ରନର ସହଜ ବିଜୟ ଲକ୍ଷ୍ୟକୁ ୬.୧ ଓଭରରେ ହାସଲ କରିନେଇଛି ଭାରତ । ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟର ଇଶାନ କିଶନ ଏବଂ ଶୁବମନ୍ ଗିଲ୍ ଅପରାଜିତ ରହି ବିଜୟ ଲକ୍ଷ୍ୟକୁ ହାସଲ କରିଛନ୍ତି ।

ଇଶାନ କିଶନ ବ୍ୟକ୍ତିଗତ ଭାବେ ୨୩ ରନ୍ କରିଥିବାବେଳେ ଶୁବମନ ୨୭ ରନ୍ କରିଛନ୍ତି । ବିନା ୱିକେଟ୍ ହରାଇ ଭାରତ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୫.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୫୦ ରନ୍ କରିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଟି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ପ୍ରଥମ ଓଭରରେ ହିଁ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କୁସଲ ପରେରାଙ୍କୁ ଆଉଟ୍ କରିଥିଲେ ଜସପ୍ରୀତ ବୁମରାହ । ଏହାପରେ କମାଲ ଦେଖାଇଥିଲେ ସିରାଜ । ଭାରତର ତୃତୀୟ ଓବର ଚାଲୁଥିବା ବେଳେ ସିରାଜ ଶ୍ରୀଲଙ୍କାର ୪ଟି ବ୍ୟାଟରଙ୍କୁ ପାଭେଲିଅନ ପଠାଇ ଦେଇଥିଲେ । ମହମ୍ମଦ ସିରାଜ ସର୍ବାଧିକ ୬ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୩ ଟି ୱିକେଟ୍ ଶ୍ରୀଲଙ୍କାର କୌଣସି ବ୍ୟାଟର ଦୁଇଅଙ୍କ ଡେଇଁ ପାରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking