28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଶେଷ ହେଲା ଏୟାର ଇଣ୍ଡିଆ ସଙ୍କଟ; କାମରେ ଯୋଗ ଦେବେ ସମସ୍ତ କ୍ରୁ ମେମ୍ବର

ଶେଷ ହେଲା ଏୟାର ଇଣ୍ଡିଆ ସଙ୍କଟ; କାମରେ ଯୋଗ ଦେବେ ସମସ୍ତ କ୍ରୁ ମେମ୍ବର

ନୂଆଦିଲ୍ଲୀ:  ଶେଷରେ ଏୟାର ଇଣ୍ଡିଆ ସଙ୍କଟ ଦୂର ହୋଇଛି । ପରିଚାଳନା କମିଟି ଏବଂ କର୍ମଚାରୀ ସଂଘ ପକ୍ଷରୁ ୪ ଘଣ୍ଟିଆ ବୈଠକ ପରେ କର୍ମଚାରୀମାନେ କାର୍ଯ୍ୟକୁ ଫେରିବାକୁ ରାଜି ହୋଇଛନ୍ତି । ମୁଖ୍ୟ ଶ୍ରମ କମିଶନରଙ୍କ ଉପସ୍ଥିତିରେ କମ୍ପାନୀର ଶୀର୍ଷ ପରିଚାଳନା ଏବଂ ଏଚ୍‌ଆର ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କେତେକ ବୁଝାମଣା ଉପରେ ପରିଚାଳନା କମିଟି ରାଜି ହେବା ପରେ କ୍ୟାବିନ କ୍ରୁ କର୍ମଚାରୀମାନେ କାର୍ଯ୍ୟକୁ ଫେରିବାକୁ ରାଜି ହୋଇଥିଲେ । ତେବେ ଆସନ୍ତା ୨୮ରେ ଏହି ପ୍ରସଙ୍ଗରେ ଆଉ ଥରେ ଏକ ବୈଠକ ଆୟୋଜନ କରାଯିବ ଏବଂ କର୍ମଚାରୀଙ୍କ ଦାବି ଉପରେ ଗ୍ରହଣ କରାଯିବା ପଦକ୍ଷେପ ସମ୍ପର୍କରେ ସେତେବେଳେ ବିସ୍ତୃତ ଭାବେ ଆଲୋଚନା କରାଯିବ ।
ପ୍ରକାଶ, ଅସୁସ୍ଥତା କାରଣ ଦର୍ଶାଇ ସାମୂହିକ ଛୁଟିରେ ରହିଥିବା ଶତାଧିକ କର୍ମଚାରୀଙ୍କ ଯୋଗୁ ଏୟାର ଇଣ୍ଡିଆକୁ ଦିନକ (ବୁଧବାର) ପାଇଁ ଅନେକ କ୍ଷତିର ସାମ୍ନା କରିବାକୁ ପଡିବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତୀବ୍ର ପ୍ରତିକ୍ରିୟାଶୀଳ ହୋଇ ଛୁଟିରେ ଥିବା ଏହି ଶତାଧିକ କର୍ମଚାରୀଙ୍କ ମଧ୍ୟରୁ ୩୦ଜଣଙ୍କୁ ଚାକିରିରୁ ନିଲମ୍ବିତ କରିଦେଇଥିଲେ ଏବଂ ବାକି ଅନ୍ୟ କର୍ମଚାରୀମାନଙ୍କୁ ଗୁରୁବାର ୪ଟା ସୁଦ୍ଧା ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀ ପକ୍ଷରୁ ଏହି ୩୦ କର୍ମଚାରୀଙ୍କୁ ଟର୍ମିନେସନ ନୋଟିସ୍ ମଧ୍ୟ ପଠାଯାଇଥିଲା । କିନ୍ତୁ ଆଜି ଅପରାହ୍ନରେ ବସିଥିବା ବୈଠକ ପରେ ସମସ୍ତ ନିଲମ୍ବନ ନୋଟିସ୍‌କୁ ପ୍ରତ୍ୟାହାର କରିନିଆଯାଇଛି ଏବଂ ନିଲମ୍ବିତ ୩୦ କର୍ମଚାରୀଙ୍କୁ ପୁନଃ କାମରେ ଯୋଗଦେବାକୁ କୁହାଯାଇଛି । ସୂଚନାଯୋଗ୍ୟ, ୧୦୦ରୁ ଅଧିକ କର୍ମଚାରୀ ଏକକାଳୀନ ଶାରୀରିକ ଅସୁସ୍ଥତା ଦର୍ଶାଇ ସାମୂହିକ ଛୁଟିରେ ରହିବା କାରଣରୁ ଗତକାଲି ଏୟାର ଇଣ୍ଡିଆର ୭୦ରୁ ଊର୍ଦ୍ଧ୍ୱ ଉଡ଼ାଣକୁ ବାତିଲ କରିବାକୁ ପଡିଥିବା ବେଳେ ଅନେକ ଉଡ଼ାଣ ସ୍ୱତଃପ୍ରବୃତ୍ତ ଭାବେ ବିଳମ୍ବିତ ହୋଇଥିଲା । ଫଳରେ ୧୫ହଜାରରୁ ଅଧିକ ଯାତ୍ରୀ ପ୍ରଭାବିତ ହୋଇଥିଲେ । ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏୟାର ଇଣ୍ଡିଆ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking