ଭୁବନେଶ୍ୱର: ପଦ୍ମଶ୍ରୀ କୁମକୁମ୍ ମହାନ୍ତିଙ୍କ ପତି ତଥା ଅବସରପ୍ରାପ୍ତ ଆଇଏଏସ୍ ମଦନ ମୋହନ ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଜାନୁଆରୀ ୧୭ ତାରିଖରୁ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥିଲା । ତେବେ ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ୧୯୪୫ ମସିହା ମାର୍ଚ୍ଚ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଦକ୍ଷ କ୍ରୀଡ଼ାବିତ୍ ଭାବେ ସୁନାମ ଅର୍ଜନ କରିଥିଲେ । ୧୬ ବର୍ଷ ବୟସରେ ରଣଜୀ ଦଳର ମୁଖ୍ୟ ଅଧିନାୟକ ଥିଲେ । ପରିବାର ସହିତ ପଳାଶପଲ୍ଲୀ ବାସଭବନରେ ରହୁଥିଲେ । ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କର ଶେଷଦର୍ଶନ କରିଛନ୍ତି ।