30.1 C
Bhubaneswar
Wednesday, May 21, 2025
Homeଦେଶ ବିଦେଶସନ୍ଦେଶଖାଲି ଯିବା ବେଳେ ପ୍ରଶାସନିକ ଅଧିକାରୀ ଗିରଫ

ସନ୍ଦେଶଖାଲି ଯିବା ବେଳେ ପ୍ରଶାସନିକ ଅଧିକାରୀ ଗିରଫ

ବ୍ୟୁରୋ : ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଲାଗି ରହିଛି ଅଶାନ୍ତି। ଏଠାକାର ପୀଡିତାଙ୍କୁ ଭେଟିବାକୁ ଯାଉଥିବା ପ୍ୟାକ୍ଟ ଫାଇଣ୍ଡିଂ ଟିମ୍‌କୁ ଅଧାରେ ଅଟକାଇ ଦେଇଛି ପୁଲିସ। ବ୍ୟାପକ ହଙ୍ଗାମା ପରେ ପୁଲିସ ସମସ୍ତ ସଦସ୍ୟଙ୍କୁ ଗିରଫ କରିଛି। ସେଠାରେ ୧୪୪ ଧାରା ଲାଗୁ ହୋଇଥିବା କହି ଟିମ୍‌କୁ ଅଟକାଇଥିଲା ପୁଲିସ।ପୁଲିସ ଦ୍ୱାରା ଅଟକ ରଖାଯିବା ପରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସଦସ୍ୟ ଚାରୁ ବଲି ଖନ୍ନା କହିଛନ୍ତି, ‘ଆମେ ସନ୍ଦେଶଖାଲି ଯାଉଥିଲୁ। କିନ୍ତୁ ଆମକୁ ଅଧାରାସ୍ତାରେ ଅଟକାଇ ଦିଆଯାଇଥିଲା। ପୁଲିସ ଜାଣିଶୁଣି ଆମକୁ ଅଟକାଇ ସମସ୍ୟା ସୃଷ୍ଟି କରୁଛି। ପୁଲିସ ଆମକୁ ପୀଡିତାଙ୍କୁ ଭେଟିବାକୁ ଦେଉନାହିଁ। ସେମାନେ କାହିଁକି ଏଭଳି ଆମକୁ ଅଟକାଉଛନ୍ତି ପୁଲିସ ଏହାର ଉତ୍ତର ଦେବା ଉଚିତ୍? ଆମକୁ ଅଟକାଇବାକୁ ପୁଲିସ ପାଖରେ କୌଣସି କାରଣ ନାହିଁ, ସେମାନଙ୍କୁ କେବଳ ଏପରି କରିବାକୁ କୁହାଯାଉଛି।’ବିଜେପିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ପୂର୍ବତନ ଜଷ୍ଟିସ୍ ଏଲ୍ ନରସିଂହ ରେଡ୍ଡୀଙ୍କ ବ୍ୟତୀତ ପୂର୍ବତନ ଆଇପିଏସ୍ ରାଜପାଲ ସିଂହ, ପୂର୍ବତନ ଜାତୀୟ ମହିଳା ଆୟୋଗ ଚାରୁ ୱାଲି ଖନ୍ନା, ଆଇନଜୀବୀ ଓପି ଭାୟା ଏବଂ ଭବାନା ବଜାଜଙ୍କ ସହ ବରିଷ୍ଠ ସାମ୍ବାଦିକ ସଞ୍ଜୀବ ନାୟକ ମଧ୍ୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking