36.1 C
Bhubaneswar
Saturday, April 13, 2024
Homeଓଡିଶାଟ୍ରକ୍‌-କାର ମୁହାଁମୁହିଁ, ଦୁଇ ଜଣଙ୍କ ମୃତ୍ୟୁ

ଟ୍ରକ୍‌-କାର ମୁହାଁମୁହିଁ, ଦୁଇ ଜଣଙ୍କ ମୃତ୍ୟୁ

ବାଲେଶ୍ୱର : ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯାହାଫଳରେ ଦୁଇ କାର୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଦେଇ ଯାଇଥିବା ଏନ୍‌ଏଚ୍‌ରେ ଆଜି ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଔପଦ ଅଞ୍ଚଳର ଶ୍ରୀକାନ୍ତ ପଣ୍ଡା ଓ ନୀଳଗିରି ବାଙ୍କୀ ଗାଁର ମାୟାଧର ରାଜ ଏକ କାର୍‌ରେ ବାଲେଶ୍ୱର ଟାଉନ୍‌ରୁ ଭଦ୍ରକ ଅଭିମୁଖେ ଆସୁଥିଲେ। ତେବେ ଜାତୀୟ ରାଜପଥର କୁରୁଡା ବ୍ରିଜ୍‌ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଶ୍ରୀକାନ୍ତ ଓ ମାୟାଧରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚଥିଲା ପୁଲିସ୍‌। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଚମ୍ପଟ ମାରିଛି। ପୁଲିସ ଗାଡ଼ି ଦୁଇଟିକୁ ରାସ୍ତାରୁ ହଟାଇ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking