ଯାଜପୁର : ବୁଧବାର ଜିଲ୍ଲା ସଦର ମହକୁମା ସ୍ଥାନୀୟ ହକି ପ୍ରଶିକ୍ଷଣ କେନ୍ଦ୍ର ଠାରେ ରାଜ୍ୟ ସ୍ତରୀୟ (16 ବର୍ଷରୁ କମ) ବାଳକ ଓ ବାଳିକା ହକି ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ପ୍ରତିଯୋଗିତାରେ ରାଜ୍ୟର 15 ଗୋଟି ବାଳକ ହକିଦଳ ଓ 15 ଗୋଟି ବାଳିକା ହକି ଦଳ ଭାଗନେଇଛନ୍ତି। ରାଜ୍ୟର ମୋଟ 600 ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଆଜି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ମୁଖ୍ୟ ଅତିଥି ଭାବେ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଫକିର ମୋହନ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଉଦ୍ଘାଟନୀ ଉତ୍ସଵ ପ୍ରାରମ୍ଭରେ ନାଭାଲ ଟାଟା ଓଡ଼ିଶାର ଶ୍ରୀ ରାଜୀବ ସେଠ୍ ସମସ୍ତ ଅତିଥି ଓ ଖେଳାଳି ମାନଙ୍କର ପରିଚୟ ପ୍ରଦାନ କରିବାସହ ପ୍ରତିଯୋଗିତାର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ସମ୍ଵନ୍ଧରେ ପ୍ରକାଶ କରିଥିଲେ। ଏହି ହକି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ରାଜ୍ୟସ୍ତରରେ ହକି ଖେଳିବାର ସୁଯୋଗ ପାଇବେ।ଉଧାଟଣି ଉତ୍ସବରେ ଶେଷରେ ସ୍ଥାନୀୟ ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ରର ହକି ଖେଳାଳୀ ମାନଙ୍କ ଦ୍ଵାରା ବିଭିନ୍ନ ସମ୍ବଲପୁରୀ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ହକି ପ୍ରଶିକ୍ଷଣ କେନ୍ଦ୍ରର ବଶିଷ୍ଠ ହକି ପ୍ରଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।