ଭୁବନେଶ୍ୱର: ପୁରୀ ଶରଧାବାଲି ଦଳାଚକଟା ଭିଡିଓ ଓ ତଥ୍ୟ ଦେବାଙ୍କୁ ଲୋକଙ୍କୁ ଉନ୍ନୟନ କମିଶନର ଅନୁ ଗର୍ଗ ଅପିଲ କଲେ । କହିଲେ ସେହି ସମୟର ଭିଡିଓ ଦେଲେ, ତଦନ୍ତ ସହଜ ହେବ । ଉପରୋକ୍ତ ମେଲ ଆଇଡିରେ ଭିଡିଓ ଦେବାକୁ ଅପିଲ କଲେ । puritragedy .inquiry@odisha . gov. in । ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ । କେହି ତଥ୍ୟ ଦେବାକୁ ଚାହୁଁଥିଲେ, ରାଜ୍ୟ ଅତିଥି ଭବନରେ ଭେଟି ଦେଇପାରିବେ । ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଦେଇପାରିବେ । ଭିଡିଓ ତଦନ୍ତରେ ସହଯୋଗ ହେବ ।