25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୨୬ ବର୍ଷୀୟ ଯୁବକ ଶରୀର ମଜବୁତ ହେବା ପାଇଁ ଗିଳିଲେ ୩୯ଟି କଏନ ଓ ୩୭...

୨୬ ବର୍ଷୀୟ ଯୁବକ ଶରୀର ମଜବୁତ ହେବା ପାଇଁ ଗିଳିଲେ ୩୯ଟି କଏନ ଓ ୩୭ ଖଣ୍ଡ ଚୁମ୍ବକ; ଶେଷରେ କ’ଣ ହେଲା ଜାଣନ୍ତୁ….

ନୂଆଦିଲ୍ଲୀ: କଏନ ଗିଳି ଯୁବକ ଅସୁସ୍ଥ । କେବଳ କଏନ ନୁହଁ ତା ସହିତ ଗିଳିଛନ୍ତି ଚୁମ୍ବକ । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଗୋଟେ କି ଦୁଇଟା ନୁହଁ ମୋଟ ୩୯ଟି କଏନ ଗିଳିଥିଲେ ୨୬ ବର୍ଷୀୟ ଯୁବକ ଜଣକ । ଏହା ସହ ଗିଳିଥିଲେ ୩୭ଟି ଚୁମ୍ବକ ଖଣ୍ଡ । ସୂଚନା ଅନୁଯାୟୀ ଯୁବକ ଜଣକ ମାନସିକ ରୋଗୀ ଅଟନ୍ତି ଏବଂ ତାଙ୍କୁ କଏନ ଗିଳିବାର ବଦଭ୍ୟାସ ରହିଛି ।

କିଛି ଦିନ ତଳେ ଯୁବକଙ୍କୁ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲର ଲାପାରୋସ୍କୋପିକ୍ ସର୍ଜନ ଡାକ୍ତର ତରୁଣ ମିତ୍ତଲ କହିଛନ୍ତି ଯେ ଉକ୍ତ ଯୁବକଙ୍କ ସମ୍ପର୍କୀୟ ମାନେ ଯୁବକଙ୍କ ଏକ୍ସରେ ଆଣିଥିଲେ । ସେହି ଏକ୍ସରେ କଏନ ଭଳି କିଛି ବସ୍ତୁ ଦେଖାଯାଉଥିଲା । ଏହାପରେ ଡାକ୍ତରୀ ପରାମର୍ଶରେ ଯୁବକଙ୍କ ପେଟର ସିଟି ସ୍କାନ କରାଯାଇଥିଲା । ସେଥିରେ କଏନ ଓ ଚୁମ୍ବକର ଅତ୍ୟଧିକ ବୋଝ ଫଳରେ ଯୁବକଙ୍କ ଅନ୍ତରେ ବାଧା ସୃଷ୍ଟି ହୋଇଥିବାର ଦେଖାଯାଇଥିଲା । ଏହାପରେ ଯୁବକଙ୍କୁ ସର୍ଜରୀ କରାଯାଇଥିଲା । ସର୍ଜରୀ କରିବା ସମୟରେ ଜଣା ପଡିଥିଲା ଯେ ଚୁମ୍ବକ ଓ କଏନ କ୍ଷୁଦ୍ରାନ୍ତ୍ରର ୨ଟି ଅଲଗା ଅଲଗା ଲୁପ୍ ମଧ୍ୟରେ ଫସିଯାଇଥିଲା ।

ଚୁମ୍ବକୀୟ ପ୍ରଭାବ ଫଳରେ ଏହି ଦୁଇଟି ଲୁପ ପରସ୍ପର ପ୍ରତି ଟାଣି ହୋଇରହିଥିଲା ଯାହା ଫଳରେ ଏହାକୁ ନଷ୍ଟ କରିବା ଆରମ୍ଭ କରିଦେଇଥିଲା । ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ ଏବଂ ସେହି ସମୟରେ ରୋଗୀର ପେଟରୁ ଏକ ଟଙ୍କିଆ, ଦୁଇ ଟଙ୍କିଆ ଓ ପାଞ୍ଚ ଟଙ୍କିଆ କଏନ ମିଶାଇ ୩୯ଟି କଏନ ବାହାର କରାଯାଇଥିଲା । ରୋଗୀକୁ ସଠିକ ଉପଚାର ପରେ ସାତ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଥିଲେ । ଡାକ୍ତରଙ୍କ କହିବା ମୁତାବକ, ଯୁବକ ଜଣକ ମାନସିକ ରୋଗୀ ଅଟନ୍ତି । ସେ କେଉଁଠି ପଢିଥିଲେ ଯେ ଶରୀର ପାଇଁ ଜିଙ୍କର ଆବଶ୍ୟକତା ରହିଛି । ଏହା ପରେ କଏନରେ ଜିଙ୍କ ଥିବା ଜାଣି ସେ ନିୟମିତ କଏନ ଖାଇବା ଆରମ୍ଭ କରିଥିଲେ । ଏହା ଦ୍ୱାରା ତାର ଶରୀର ମଜବୁତ ହେବ ବୋଲି ଅନ୍ଧବିଶ୍ୱାସ ରହିଥିଲା । ସେହିପରି କଏନ ଗୁଡିକୁ ଶରୀର ବାହାରକୁ ନ ବାହାର କରିବା ପାଇଁ ଚୁମ୍ବକ ଗିଳିଥିଲେ ଯୁବକ । ଯାହାଦ୍ୱାରା କଏନରୁ ଜିଙ୍କ୍ କୁ ଶରୀର ମଧ୍ୟରେ ଅବଶୋଷିତ କରେଇବାରେ ସହାୟକ ହେବ ବୋଲି ଯୁବକଙ୍କ ଭ୍ରାନ୍ତ ଧାରଣା ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking