36.1 C
Bhubaneswar
Saturday, May 18, 2024
Homeଅପରାଧମା’ କୁ ଅପମାନ କରିବାରୁ ପ୍ରତିଶୋଧ ନେବାକୁ ପୁଅ କଲା ଏମିତି       

ମା’ କୁ ଅପମାନ କରିବାରୁ ପ୍ରତିଶୋଧ ନେବାକୁ ପୁଅ କଲା ଏମିତି       

ମହାରାଷ୍ଟ୍ର:ମହାରାଷ୍ଟ୍ରର ନାଗପୁରରେ ଅପମାନର ପ୍ରତିଶୋଧ ନେବା ପାଇଁ ୨୦ ବର୍ଷର ସୁରଜ ସାହୁ କଥିତ ରୂପରେ ୧୫ ବର୍ଷର ଜଣେ ନାବାଳକର ହତ୍ୟା କରିଛି । ପୁଲିସର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । ଏମଆଇଡିସି ପୁଲିସ ଥାନାର ଜଣେ ଅଧିକାରୀ କହିଛନ୍ତି ଯେ, ସୁରଜ ସାହୁ ନାମକ ଜଣେଯୁବକ ଗୁରୁବାର ଦିନ ମଙ୍ଗଲୁ ପାଣ୍ଡେ କୁ ଅପହରଣ କରି ପଥରରେ ଛେଚି ଛେଚି ହତ୍ୟା କରିଛି ।  ଜଣେ ୧୫ ବର୍ଷର ନାବାଳକକୁ  ତାଙ୍କ ମା ଙ୍କ ଅପମାନର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦିନ ଜଣେ ପୋଲିସ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତିି ।  ପୋଲିସ ଷ୍ଟେସନର ଜଣେ ଅଧିକାରୀ  କହିଛନ୍ତି ଯେ ସୁରଜ ସାହୁ ନାମକ ଜଣେ ଯୁବକ ଗୁରୁବାର ଦିନ ମଙ୍ଗଲୁ ପାଣ୍ଡେ  ନାମକ ୧୫ବର୍ଷର ନାବାଳକକୁ  ଅପହରଣ କରି ପଥରରେ ଛେଚି ହତ୍ୟା କରିଥିଲା ।ପୁଲିସ ଅଧିକାରୀ କହିଛନ୍ତି ଯେ, ନାବାଳକର ଚାଚା ତାର ମାଙ୍କୁ ବାରମ୍ବାର ଅପମାନ କରୁଥିଲା । ଅଭିଯୁକ୍ତ ମଙ୍ଗଲୁର ପିତାମାତାଙ୍କୁ ଫୋନ କରି ଧମକ ଦେଇ କହିଥିଲା ଯେ, ଯଦି ମଙ୍ଗଲୁର ଚାଚାର କଟା ଯାଇଥିବା ମୁଣ୍ଡ ର ଫଟୋ ହ୍ୱାଟସଆପ ଜରିଆରେ ତାକୁ ପଠାଇବ, ସେତେବେଳେ ମଙ୍ଗଳୁ ଜୀବିତ ଭାବରେ ଘରକୁ ଫେରିବ । ହେଲେ କିଛି ସମୟ ପରେ ସେ ମଙ୍ଗଳୁକୁ ପଥରରେ ପିଟି ପିଟି ହତ୍ୟା କରିଥିଲା । ପୁଲିସ କହିଛି ଯେ, ସାହୁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ହେଲେ ତାକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking