29.1 C
Bhubaneswar
Saturday, May 4, 2024
Homeଓଡିଶାସହିଦ ମିନାର ପରିସରରେ ଲାଗିବ ୧୦୦ ଫୁଟ ଉଚ୍ଚତା ରେ ଜାତୀୟ ପତାକା

ସହିଦ ମିନାର ପରିସରରେ ଲାଗିବ ୧୦୦ ଫୁଟ ଉଚ୍ଚତା ରେ ଜାତୀୟ ପତାକା

ପାପଡାହାଣ୍ଡି : ପାପଡାହାଣ୍ଡି ସହିଦ ମିନାର ପରିସରରେ  ୧୦୦ ଫୁଟ ଉଚ୍ଚତା ରେ ଲାଗିବ ଜାତୀୟ ପତାକା । ଏଥିନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ତୁରୀ ନଦୀ କୂଳରେ ଥିବା ସହିଦ ମିନାର ପରିସରରେ ଲାଗିବାକୁ ଯାଉଛି ୧୦୦ ଫୁଟ ଉଚ୍ଚତା ରେ ୩୦ ଫୁଟ ଓସାର ଏବଂ ୨୦ଫୁଟ ଲମ୍ବା ର ଜାତୀୟ ପତାକା । ଏନେଇ ଆଜି ଏହାର ଶୁଭାରମ୍ଭ କରାଯାଇଛି । ୧୯୪୨ ମସିହା ଅଗଷ୍ଟ ମାସ ୨୪ ତାରିଖରେ ଏହି ଅଂଚଳର ୧୨ଶହ ସ୍ୱାଧୀନତା ସଂଗ୍ରାମୀ ଡାବୁଗାଁ ଥାନା କୁ ଯିବା ସମୟରେ ପାପଡାହାଣ୍ଡି ତୁରୀ ନଦୀ ନିକଟରେ ସାମ୍ନା ପଟୁ ବ୍ରିଟିଶ ସୈନ୍ୟଙ୍କ ଗୁଳିରେ ଘଟଣାସ୍ଥଳରେ ୧୧ ଜଣ ଟଳି ପଡ଼ିଥିବାବେଳେ ଆଉ ୮ ଜଣଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ।

ସେହି ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାର ପ୍ରଥମ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ୱାସ ରାଓ ତୁରୀ ନଦୀକୂଳରେ ସହଦ ମିନାର କରିବାଲାଗି ୧୯୮୦ରେ ଶୁଭ ଦେଇଥିଲେ । ପରବର୍ତୀ ସମୟରେ ୧୯୮୩ରେ ସେତେବେଳର ରାଜ୍ୟପାଳ ତଥା ସ୍ୱାଧୀନତା ସଂଗ୍ରାମୀ ସେହି ସ୍ଥାନରେ ଶୁଭ ପକାଇ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ ଆରମ୍ଭ ହୋଇଥିଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ପ୍ରତିବର୍ଷ ଅଗଷ୍ଟ ମାସ ୨୪ ତାରିଖ କୁ ସହିଦ ଦିବସ ରୂପେ ପାଳନ କରାଯାଉଛି । ଏହି ସହିଦ ଦିବସ କୁ ରାଜ୍ୟ ସ୍ତରରେ ପାଳନ କରିବାପାଇଁ ଦାବି ହେଉଥିବା ବେଳେ ଏଠାର ପରିସରକୁ ଅଧିକରୁ ଅଧିକ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧି ପ୍ରମୁଖ ଚେଷ୍ଟା ଚଳାଇ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking