30.1 C
Bhubaneswar
Wednesday, April 24, 2024
Homeଓଡିଶାଜେଇଇ ଆଡଭାନ୍ସ: ଗୌତମ ଦାସ ଟପ୍ପର

ଜେଇଇ ଆଡଭାନ୍ସ: ଗୌତମ ଦାସ ଟପ୍ପର

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ୨୦୨୧ ପରୀକ୍ଷା ଫଳ । ଏଥିରେ ୩୪୮ ନମ୍ବର ରଖି ଟପ ରାଙ୍କରେ ରହିଛନ୍ତି ଜୟପୁରର ମୃଦୁଲ ଅଗ୍ରୱାଲ । ପରୀକ୍ଷାରେ ୩୬୦ରୁ ୩୪୮ ନମ୍ବର ଅର୍ଥାତ ୯୬.୬୬ ପ୍ରତିଶତ ସହ ମୃଦୁଲ ଶୀର୍ଷ ସ୍ଥାନ ହାସଲ କରିଛନ୍ତିା ଅନ୍ୟପଟେ ମହିଳା ବର୍ଗରେ କାବ୍ୟା ଚୋପ୍ରା ଟପ୍ପର ହୋଇଛନ୍ତି । ଏହା ସହ ୧୧୫ ରାଙ୍କ ସହ ବାଲେଶ୍ୱରର ଗୌତମ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି ।

ସୂଚନାଯୋଗ୍ୟ ଚଳିତବର୍ଷ ୧,୪୧,୬୯୯ ଜଣ ଜେଇଇ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ କେବଳ ୪୧,୮୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୧ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ jeeadv.ac.in ରେ ଯାଇ ନିଜର ରେଜଲ୍ଟ ଦେଖି ପାରିବେ । ଯେଉଁ ଛାତ୍ର-ଛାତ୍ରୀ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ କାଲି ଆର୍ଥାତ ଅକ୍ଟୋବର ୧୬ରୁ ଜୋସା କାଉନସିଲିଂ ୨୦୨୧ ପାଇଁ ନିଜର ନାମ ପଞ୍ଜୀକରଣ କରି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking