25.8 C
Bhubaneswar
Monday, January 6, 2025
Homeଅପରାଧଥାନା ବାବୁ ବଞ୍ଚାଅ, ପୁଅ ଜୀବନରୁ ମାରିଦେବ

ଥାନା ବାବୁ ବଞ୍ଚାଅ, ପୁଅ ଜୀବନରୁ ମାରିଦେବ

ଭୁବନେଶ୍ୱର: ଥାନା ବାବୁ ମୋ ପୁଅ ମାଡ ମାରି ଘରୁ ବାହାର କରିଦେଇଛି । ଏଥିସହ ଛୁରୀ ଧରି ଘର ଆଗରେ ଜଗି ବସିଛି । ମୁ ଗଲେ ମୋତେ ଜୀବନରୁ ମାରିଦେବ । ବ୍ରାଉନ ସୁଗର ନିଶାରେ ସେ କଣ କରୁଛି କିଛି ଜାଣିପାରୁନି । କାନ୍ଦି କାନ୍ଦି ଜଣେ ବିଧବା ମା ଥାନାରେ ଡିସିଓଙ୍କୁ ଅଭିଯୋଗ କରୁଥିଲେ । ଯାହାକି ବ୍ରାଉନସୁଗାର ନିଶାର କବଳରେ ଆସି ନାବାଳକମାନେ ପାଠ ଛାଡିବା ପରେ ଅପରାଧ ଦୁନିଆରେ ପାଦ ଥାପୁଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ପରିବାରର ସୁଖ ଶାନ୍ତି ଉଜୁଡି ଯାଉଛି । ଯାହାର ବାସ୍ତବ କରୁଣ ଦୃଶ୍ୟ କଟକ ଜିଲା ଓଲଟପୁର ଥାନାରେ ମଙ୍ଗଳବାର ଅପରାହ୍ନରେ ଦେଖିବାକୁ ମିଳିଥିଲା ।

ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନାବଳକଙ୍କ ମାଙ୍କ ସୂଚନା ମୁତାବକ ନାବାଳକ ପୁଅ ବ୍ରାଉନ ସୁଗାର ନିଶା କବଳରେ ଆସି ପାଠ ପଢିଲା ନାହିଁ । ଦଶମ ପରୀକ୍ଷାରେ ଫେଲ ହେବା ସହ ଅସାମାଜିକ ଗୋଷ୍ଟିର ଯୁବକମାନଙ୍କ ସହ ମିଶିବାରେ ଲାଗିଲା । ସେମାନେ ତାଙ୍କ ନାବଳକଙ୍କୁ ପୁଅକୁ ଅପରାଧ କାର୍ଯ୍ୟରେ ମଧ୍ୟ ନିୟୋଜିତ କଲେ । ଶେଷରେ ଉକ୍ତ ନାବଳକ ଜଣଙ୍କ ଅନ୍ୟ ନାବଳକଙ୍କ ସହ ମିଶି ଗ୍ୟାଙ୍ଗ କରିବା ସହ ଚୋରି କରି ଧରାପଡିଲେ । ଏହା ସମାଜର ଲୋକ ଲୋଚନରେ ଆସିବାରୁ ଲୋକ ନିନ୍ଦା ଫଳରେ ବାପା ଚାପରେ ରହିଲେ । ୬ ମାସ ତଳେ ହୃତଘାତରେ ପୁଅ ଚିନ୍ତାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା । ଏହା ପରେ ପୁଅ ଆଉ କାହା କଥା ନମାନି ନିଶ ଖାଇବାରେ ବ୍ୟସ୍ତ ରହିଲା ।

ଘରୁ ଆସବା ପତ୍ର ଚୋରି କରି ବିକ୍ରୀ କରିବାକୁ ଲାଗିଲା । ବାରଣ କରିବାରୁ ତାଙ୍କ ମାଙ୍କୁ ମାଡ କାରିବାକୁ ପଛାଇଲା ନାହିଁ । ଶେଷରେ ମଙ୍ଗଳବାର ମଧ୍ୟାନରେ ଟଙ୍କା ନଦୋବରୁ ମାକୁ ମାଡ ମାରି ଘରୁ ବାହାର କରିଦେବା ସହ ଛୁରୀ ଧରି ଆକ୍ରମଣ କରିବାକୁ ଗୋଡାଇଲା । କୌଣସି ବାଟ ନପାଇ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ପରେ ପୁଲିସ ସେମାନଙ୍କୁ ସାଙ୍ଗରେ ଧରି ଘରେ ପହଁଚିଥିଲା । ଶେଷରେ ପୁଲିସ ପହଁଚି ଉକ୍ତ ନାବଳକଙ୍କୁ ବୁଝାସୁଝା କରିବା ସହ ତା ନିକଟରୁ ଛୁରୀକୁ ନେଇଯାଇଥିଲା । ନାବଳକ ପୁଅକୁ କୁପଥରେ ନେଉଥିବା ସହ ଡ୍ରଗ୍ସ ଯୋଗାଉଥିବା ଯୁବକମାନଙ୍କ ନାମ ଠିକଣା ପଚାରି ବୁଝିଥିଲା । ପୁଲିସର ବୁଝାସୁଝା ପରେ ନାବାଳକ ପୁଅ ଏପରି ଭୁଲ ଆଉ କରିବନି ବୋଲି କହିବା ସହ ପୁଲିସ ତଦନ୍ତରେ ସହଯୋଗ କରିବାକୁ କହିଥିଲା ।

ତାଙ୍କ ମା ଘରକୁ ଯିବା ପରେ ପୁଲିସ ଫେରିଥିଲା । ତେବେ ଡ୍ରଗ୍ସ ନିଶରୁ କିପରି ନାବାଳକ ନିବୃତ୍ତ ରହିବେ ଏହା ସବୁଠାରୁ ବଡ ସମସ୍ୟା ଭାବେ ସମାଜରେ ଉଭା ହୋଇଛି । ଏ ନେଇ ପୁଲିସ କହିଛି, ଉକ୍ତ ନାବଳକଙ୍କୁ ଡ୍ରଗ୍ସ ଡିଆଡିକ୍ସନ ସେଣ୍ଟରରେ ଛାଡିବା ନେଇ ପରିବାର ଲୋକ ଓ ଆଡିକ୍ସନ ସେଣ୍ଟର କତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ଏଥିସହ ନାବଳକଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ତଦନ୍ତ ଚଳାଇଛି । ଏପରି ବେଆଇନ କାର୍ଯ୍ୟରେ ସଂପୃକ୍ତ ଯୁବକଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking