33.1 C
Bhubaneswar
Saturday, May 11, 2024
Homeଓଡିଶାରାଜଧାନୀରେ ଥମୁନି ଡେଙ୍ଗୁ, କ୍ୟା‌ପିଟାଲ ହସ୍ପିଟାଲକୁ ଆସିଲେଣି ହଜାରେରୁ ଅଧିକ

ରାଜଧାନୀରେ ଥମୁନି ଡେଙ୍ଗୁ, କ୍ୟା‌ପିଟାଲ ହସ୍ପିଟାଲକୁ ଆସିଲେଣି ହଜାରେରୁ ଅଧିକ

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ମୁହାଁ ହେଲାଣି। ଆଜି ଆଉ ୫୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୩୦ରେ ପହଞ୍ଚିଛି। ସେଥିରୁ (ଅଗଷ୍ଟ ୨୧ ତାରିଖ ସୁଦ୍ଧା) କେବଳ କ୍ୟାପିଟାଲ ହସ୍ପିଟାଲ୍‌କୁ ଆସି ଡେଙ୍ଗୁ ପରୀକ୍ଷା କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୫ ଛୁଇଁଛି। ପ୍ରତିଦିନ ଶତାଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସି ଡେଙ୍ଗୁ ପରୀକ୍ଷା କରୁଛନ୍ତି ଏବଂ ସେଥିରୁ ଅଧିକାଂଶ ଆକ୍ରାନ୍ତ ମଧ୍ୟ ବାହାରୁ ଥିବାରୁ ଚିକିତ୍ସିତ ମଧ୍ୟ ହେଉଛନ୍ତି। ତେଣୁ ରାଜଧାନୀରେ ଡେଙ୍ଗୁ ଥମିବା ବଦଳରେ କ୍ରମଶଃ ବଢ଼ିବଢ଼ି ଯାଉଥିବା ସ୍ପଷ୍ଟ ହୋଇଛି। କେବଳ ସେତିକି ନୁହେଁ, ଦିନକୁ ଦିନ ନୂଆନୂଆ ଅଞ୍ଚଳରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ବଡ଼ କଥା ହେଉଛି, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଆରମ୍ଭ ହୋଇଥିବା ଡେଙ୍ଗୁ ଏବେ ସାରା ରାଜଧାନୀକୁ ବ୍ୟାପିଯାଇଛି। ତେଣୁ ବିଏମ୍‌ସିର ଡେଙ୍ଗୁ ପ୍ରତିରୋଧ ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ମାସରେ ଏଠାରେ ଚିହ୍ନଟ ହୋଇଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୫ ରହିଛି। ଗତ ତିନି ଦିନର ରିପୋର୍ଟ ଅନୁସାରେ ୧୮ ତାରିଖରେ ୧୭୧ ଜଣ ଟେଷ୍ଟ୍‌ କରିଥିଲେ ଓ ସେଥିରୁ ୧୦୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୧୯ ତାରିଖରେ ଟେଷ୍ଟ୍‌ କରିଥିବା ୨୦୧ ଜଣଙ୍କ ମଧ୍ୟରୁ ୯୫ ଜଣ, ୨୦ରେ ଟେଷ୍ଟ କରିଥିବା ୧୫୯ ଜଣଙ୍କ ମଧ୍ୟରୁ ୬୭ ଜଣ ଓ ୨୧ରେ ୧୪୭ ଜଣଙ୍କ ମଧ୍ୟରୁ ୬୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ଜୁଲାଇ ଅପେକ୍ଷା ଅଗଷ୍ଟରେ ଡେଙ୍ଗୁ ସଂକ୍ରମଣ ବଢ଼ିବା ଜଳଜଳ ହୋଇ ଦିଶି ଯାଉଛି। ଏହି ହିସାବ କେବଳ ରାଜଧାନୀର ଗୋଟିଏ ସରକାରୀ ହସ୍ପିଟାଲର ତଥ୍ୟ। ଏହା ବ୍ୟତୀତ ଅନେକ ଘରୋଇ ହସ୍ପିଟାଲରେ ମଧ୍ୟ ଡେଙ୍ଗୁ ରୋଗୀ ନିଜର ପରୀକ୍ଷା କରାଇ ଚିକିତ୍ସିତ ହେଉଛନ୍ତି। ତେଣୁ ଡେଙ୍ଗୁ ସଂକ୍ରମଣ ଯେ ଆହୁରି ଅଧିକ, ଏଥିରେ ସନ୍ଦେହ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking