18.1 C
Bhubaneswar
Sunday, January 19, 2025
Homeଅପରାଧମାଷ୍ଟର କ୍ୟାଣ୍ଟିନ ଛକରେ ଆତଙ୍କ ଘଟଣା; ଗ୍ରାହକଙ୍କୁ ଆକ୍ରମଣ କରି ୪ ଗିରଫ

ମାଷ୍ଟର କ୍ୟାଣ୍ଟିନ ଛକରେ ଆତଙ୍କ ଘଟଣା; ଗ୍ରାହକଙ୍କୁ ଆକ୍ରମଣ କରି ୪ ଗିରଫ

ଭୁବନେଶ୍ୱର: ଖାରବେଳନଗର ଥାନା ମାଷ୍ଟରକ୍ୟାଣ୍ଟି ଛକରେ ବିଳମ୍ବିତ ରାତିରେ ଆକ୍ରମଣ ସହ ଆତଙ୍କ ଖେଳାଇବା ଘଟଣାରେ ପୁଲିସ ୪ ଜଣଙ୍କଙ୍କୁ ଗିରଫ କରିଛି । ଏକ ହୋଟେଲ କର୍ମଚାରୀ ଓ ସମର୍ଥକଙ୍କ ଗୁଣ୍ଡଗିରି ଦେଖିବାକୁ ମିଳିଥିଲା । ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ପୋଲସରାର କାଳିଆ କୁଣ୍ଡୁ(୨୮), ଯାଜପୁର ବାଲିଚନ୍ଦ୍ରପୁରର ସୁମନ୍ତ ମହାପାତ୍ର(୪୮), କନ୍ଧମାଳ ଜିଲ୍ଲା ଟିକାବାଲିର ମେନକା ସାହୁ(୨୬) ଓ ଗଞ୍ଜାମ ଜିଲ୍ଲା ପୋଲସରାର ରାଜେନ୍ଦ୍ର ନାୟକ(୧୯) । ଗିରଫ ୪ ଅଭିଯୁକ୍ତଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଏବଂ ତାଙ୍କର ବନ୍ଧୁ ଗତ ୧୪ ତାରିଖ ମଧ୍ୟରାତ୍ରିରେ ପୁରୀରୁ ଫେରି ଭୁବନେଶ୍ୱରରେ ପହଞ୍ôଚଥିଲେ । ସେମାନେ ରାତ୍ରିଭୋଜନ ପାଇଁ ହୋଟେଲ ଖୋଜି ଖୋଜି ମାଷ୍ଟର କ୍ୟାଣ୍ଟିନ ନିକଟରେ ଥିବା ଏକ ହୋଟେଲ ନିକଟେରେ ଅଟକି ଥିଲେ ଏବଂ ଖାଦ୍ୟ ମାଗିଥିଲେ । ହୋଟେଲରେ ଖାଦ୍ୟ ବିଲ ଅଧିକ ହେବାରୁ ଅଭିଯୋଗକାରୀ ହୋଟେଲ ମାଲିକଙ୍କୁ କାରଣ ପଚାରିବାରୁ ହୋଟେଲ କର୍ମଚାରୀ ତାଙ୍କର ଅନ୍ୟ କିଛି ସହଯୋଗୀଙ୍କ ସହିତ ମିଳିତ ଭାବରେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ହୋଟେଲ ମାଳିକଙ୍କ ସମର୍ଥକ ମାନେ ମାରଣଅସ୍ତ୍ର ଧରି ଆକ୍ରମଣ କରିବା ସହ ୨୦ ମିନିଟ ଧରି ମାରପିଟ କରି ଆତଙ୍କ ରଚିଥିଲେ । ଏଥିରେ ଅଭିଯୋଗକାରୀଙ୍କ ଆଖି, ନାକ, ପାଟି ଓ ମୁହଁରେ ଆଘାତ ବାଜି ପ୍ରଚୁର ରକ୍ତ ସ୍ରାବ ହୋଇଥିଲେ । ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ମାନେ ସେମାନଙ୍କର ଅପରାଧ ସ୍ୱୀକାର କରିବା ପରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking