29.1 C
Bhubaneswar
Thursday, July 10, 2025
Homeଦେଶ ବିଦେଶନୂଆବର୍ଷରେ ହୋଇପାରେ ଆତଙ୍କୀ ହମଲା, ପଞ୍ଜାବରେ ଆଲର୍ଟ

ନୂଆବର୍ଷରେ ହୋଇପାରେ ଆତଙ୍କୀ ହମଲା, ପଞ୍ଜାବରେ ଆଲର୍ଟ

ଚଣ୍ଡିଗଡ଼: ନୂଆବର୍ଷରେ ପଞ୍ଜାବରେ ଆତଙ୍କବାଦ ହମଲା ନେଇ ପୁଣି ସତର୍କ କରାଇଲା ଗୁପ୍ତଚର ସଂସ୍ଥା । ସୀମାରେ ଜଗି ବସିଥିବା ଶତ୍ରୁ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ଆକ୍ରମଣ ନେଇ ଯୋଜନା କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଏ ନେଇ ଲୁଧିଆନାର ଗୁପ୍ତଚର ସଂସ୍ଥା ସ୍ପଷ୍ଟ ସୂଚନା ପାଇବା ପରେ ଏଭଳି ଧମକ ଆସୁଥିବା କହିଛି ଏଜେନ୍ସି । ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ପୂର୍ବରୁ ଏଭଳି ଆଲର୍ଟ ଏଜେନ୍ସି ପକ୍ଷରୁ ଜାରି ହୋଇଥିବା ବେଳେ ପୁଣି ସତର୍କ କରାଯାଇଛି । ଚେତାବନୀରେ କୁହାଯାଇଛି ଯେ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ପଞ୍ଜାବର ପୋଲିସ ଷ୍ଟେସନକୁ ଟାର୍ଗେଟ କରିପାରନ୍ତି । ଆତଙ୍କବାଦୀ ଗୋଷ୍ଠୀ ପୂର୍ବରୁ ପୋଲିସକୁ ଟାର୍ଗେଟ କରି ପଞ୍ଜାବ ପୋଲିସ ଉପରେ ୨ଟି ଆରପିଜି ଆକ୍ରମଣ କରିଛନ୍ତି । ଅନ୍ୟପକ୍ଷରେ ସତର୍କତାକୁ ନିଶ୍ଚିତ କରିବାବେଳେ ଲୁଧିଆନା ରେଞ୍ଜର ଆଇଜି କହିଛନ୍ତି ଯେ ବ୍ୟକ୍ତିଗତ ତଥା ପଞ୍ଜାବ ରେଞ୍ଜରେ ଆକ୍ରମଣ ସହ ଜଡିତ ଧମକ ମଧ୍ୟ ମିଳୁଛି ।

ଗତ କିଛି ଦିନ ତଳେ ଲୁଧିଆନାର ଏକ କେନାଲରୁ ବିସ୍ଫୋରକ ଭଳି କିଛି ସାମଗ୍ରୀ ମଧ୍ୟ ମିଳିଥିଲା । ଏହାପରେ ଗୁପ୍ତଚର ସଂସ୍ଥା ହମଲା ନେଇ ସନ୍ଦେହ କରିବା ପରେ ସତର୍କ କରାଇଥିଲା । ଅନ୍ୟପଟେ ମଣ୍ଡ ଅଞ୍ଚଳର ଲୋଡ୍ ଥିବା ବିସ୍ଫୋରକ ସାମଗ୍ରୀକୁ ଗତକାଲି ଉଦ୍ଧାର କରିବା ପରେ ନିଷ୍କ୍ରିୟ କରାଯାଇଛି । ସରହଲି ପୋଲିସ ଷ୍ଟେସନ ଉପରେ ଆରପିଜି ଲଞ୍ଚର ଆଟାକ ହେବା ପରେ ୩ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଏହାପରେ ପୋଲିସ କିଛି ବ୍ୟବହୃତ ହୋଇନଥିବା ଆରପିଜି ପକେଟକୁ ଜବତ କରିଛି । ଆକ୍ରମଣକୁ ନେଇ ଗୁପ୍ତଚର ସଂସ୍ଥାର ଆଇଜି ଡକ୍ଟର କୌସ୍ତୁବ ଶର୍ମା କହିଛନ୍ତି ଯେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯଦି କିଛି ସନ୍ଦିଗ୍ଧ ବ୍ୟକ୍ତି ବା ପଦାର୍ଥକୁ କେହି ଦେଖନ୍ତି ତେବେ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking