ଇସ୍ଲାମାବାଦ: ପାକିସ୍ତାନର ବଲୁଚିସ୍ତାନରେ ଏକ ଆତଙ୍କୀ ଆକ୍ରମଣରେ ୯ ଜଣ ଯବାନ ପ୍ରାଣ ହରାଇଛନ୍ତି । ପାକିସ୍ତାନ ଆର୍ମିର୍ର ମିଡିଆ ୱିଙ୍ଗ୍ ପକ୍ଷରୁ କୁହାଯାଇଛି ୫ ଆତଙ୍କ ଆର୍ମି ବେସ୍ରେ ପଶିବାକୁ ଉଦ୍ୟମ କରିବା ବେଳେ ଯବାନମାନେ ସେମାନଙ୍କ ଘେରିଯାଇଥିଲେ । କେତେ ଘଣ୍ଟା ଧରି ଯବାନ ଓ ଆତଙ୍କୀ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଏଥିରେ ସମସ୍ତ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ୯ ଯବାନ ସହିଦ ହୋଇଛନ୍ତି ।