29.1 C
Bhubaneswar
Saturday, July 27, 2024
Homeଓଡିଶାଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୯ ବଖରା ଘର

ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୯ ବଖରା ଘର

ତିର୍ତ୍ତୋଲ : ଜଗତସିଂହପୁର ଜିଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ଜଡତିରା ଗ୍ରାମରେ ଜଳିଗଲା ୯ ବଖରା ଘର। ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘରର ୯ବଖରା ସମ୍ପୂର୍ଣ ଭସ୍ମୀଭୂତ ହୋଇଯାଇଛି। ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ୩ ପରିବାରର ୯ ବଖରା ଘରପୋଡି ଯାଇଥିବା ବେଳେ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବାର ଆକଳନ କରାଯାଇଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ପୋଲିସ ଆରମ୍ଭ କରିଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking