27.2 C
Bhubaneswar
Thursday, April 16, 2026
Homeଓଡିଶାଓଡ଼ିଶାର ଏସଆଇଆର ମ୍ୟାପିଂ ମଡେଲ ଅଧ୍ୟୟନ ପାଇଁ ଭୁବନେଶ୍ୱରରେ ତେଲେଙ୍ଗାନା ଟିମ୍

ଓଡ଼ିଶାର ଏସଆଇଆର ମ୍ୟାପିଂ ମଡେଲ ଅଧ୍ୟୟନ ପାଇଁ ଭୁବନେଶ୍ୱରରେ ତେଲେଙ୍ଗାନା ଟିମ୍

ଭୁବନେଶ୍ୱର: ନିର୍ବାଚନ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦ୍ୱାରା ହାସଲ କରାଯାଇଥିବା ସଫଳତା ଏବଂ ପ୍ରଶଂସନୀୟ ମ୍ୟାପିଂ କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ତେଲଙ୍ଗାନାରୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ତେଲେଙ୍ଗାନା ରାଜ୍ୟର ଅଧିକାରୀମାନେ ଓଡ଼ିଶାର ନିର୍ବାଚନୀ ମ୍ୟାପିଂ ବ୍ୟବସ୍ଥାକୁ ତର୍ଜମା କରିବା ସହିତ ଏହାକୁ ନିଜ ରାଜ୍ୟରେ କିପରି ପ୍ରୟୋଗ କରାଯାଇପାରିବ, ସେ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଗସ୍ତ ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ୍. ଗୋପାଳନ, ଓଡ଼ିଶାରେ ହେଉଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ମ୍ୟାପିଂ କିପରି କାର୍ୟନ୍ଵୟନ କରାଯାଉଛି ସେ ଉପରେ ତେଲଙ୍ଗାନା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର ଅଧିକାରୀ ଦଳ ସହିତ ବୈଠକରେ ଆଲୋଚନା କରିଥିଲେ। ଶ୍ରୀମତୀ ଏମ୍. ସତ୍ୟବାଣୀ, ଆଇ.ଏ.ଏସ୍., ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ତେଲଙ୍ଗାନା,ଶ୍ରୀ ବି. ହରି ସିଂହ, ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ,ଶ୍ରୀମତୀ ଟି. ପଦ୍ମାବତୀ, ଏସ.ଜି.ଡି.ସି , ଶ୍ରୀ ଡି. ବିଜୟେନ୍ଦ୍ର ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ, ମେଡଚାଲ-ମାଲକାଜଗିରି,ଶ୍ରୀମତୀ କେ. ଚନ୍ଦ୍ରକଳା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହିଥିଲେ।

ଏହି ଉଚ୍ଚସ୍ତରୀୟ ଟିମ୍ ୧୫ ଓ ୧୬ ଅପ୍ରେଲରେ ଓଡ଼ିଶାରେ ଚାଲିଥିବା କ୍ଷେତ୍ରସ୍ତରୀୟ ଏସଆଇଆର ମ୍ୟାପିଂ ପ୍ରକ୍ରିୟାକୁ ନିକଟରୁ ପର୍ଯ୍ୟବେକ୍ଷଣ କରିବେ । ଏହି ଗସ୍ତ କାର୍ଯ୍ୟକ୍ରମରେ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଭୂମିକାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କ୍ଷେତ୍ରସ୍ତରରେ ଏସଆଇଆର ମ୍ୟାପିଂ କାର୍ଯ୍ୟରେ ନିୟୋଜିତ ଥିବା ବି.ଏଲ.ଓ.ମାନଙ୍କ ସହିତ ଅଧିକାରୀମାନେ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତା ସମ୍ପର୍କରେ ମତ ବିନିମୟ କରିବେ। ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ଏହି ଅଭିନବ ପ୍ରୟାସକୁ ଅନ୍ୟ ରାଜ୍ୟଗୁଡ଼ିକ ଉଚ୍ଚ ପ୍ରଶଂସା କରିଥିବା ଜଣାପଡ଼ିଛି। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଳନ, ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର,ଡେପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ, ଡେପୁଟି ସିଇଓ ଶ୍ରୀମତୀ ଅନାମିକା ସିଂ ଏବଂ ବିତ୍ତ ପରାମର୍ଶଦାତା ଶ୍ରୀ ସଞ୍ଜୟ କୁମାର ଲୁଗୁନ, ଡଃ ମନୋରଞ୍ଜନ ସାହୁ , ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ ,ଭୁବନେଶ୍ୱର (ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ), ଶ୍ରୀ ମନ୍ମଥ କୁମାର ନାୟକ, ନିର୍ବାଚକ ପଞ୍ଜିକରଣ ଅଧିକାରୀ ତଥା ଜୋନାଲ ଡେପୁଟି କମିଶନର, (ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ) ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking