32.1 C
Bhubaneswar
Saturday, May 18, 2024
Homeକରୋନାକଠୋର ହେଲେ ତେଲେଙ୍ଗାନା ସରକାର : ଲକଡାଉନ ଉଲଙ୍ଘନକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଧମକ

କଠୋର ହେଲେ ତେଲେଙ୍ଗାନା ସରକାର : ଲକଡାଉନ ଉଲଙ୍ଘନକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଧମକ

 
ତେଲେଙ୍ଗାନା : ଭାରତରେ ମଧ୍ୟ କରୋନାର କାୟା ଦେଖିବାକୁ ମିଳିଲାନି | ମୃତ୍ୟୁ ସଂଖ୍ୟା ବଢି ୧୧ରେ ପହଁଚିଲାଣି | ପ୍ରଧାନମନ୍ତ୍ରୀ ସମଗ୍ର ଦେଶକୁ ଲକଡାଉନ ଘୋଷଣା କରିଛନ୍ତି | ଏଣୁ ସବୁ ରାଜ୍ୟ ଏହିନିୟମକୁ କଡାକଡି କରିଛନ୍ତି | ତେଲେଙ୍ଗାନା ସରକାର ମଧ୍ୟ ଲକ ଡାଉନ ନିୟମ ଲାଗୁ କରିଥିଲେ ମଧ୍ୟ ସାଧାରଣ ଲୋକେ ନିୟମ ନ ମାନି ଘରୁ ବାହାରି ବୁଲୁଥିବା ଦେଖାଯାଉଛି । ଏଣୁ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଲକ୍‌ଡାଉନ୍ ବେଳେ ଯେଉଁମାନେ ଆଇନ ନମାନି ରାସ୍ତାକୁ ବାହାରିବେ ସେମାନଙ୍କୁ ଗୁଳି କରିବାକୁ ମୁଖ୍ୟମନ୍ତ୍ରୀ ଧମକ ଦେଇଛନ୍ତି। ରାଜ୍ୟରେ ଲୋକେ ପୁଲିସ୍‌କୁ ସହଯୋଗ କରୁ ନାହାନ୍ତି। ତେଣୁ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ମୁଖମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ମୋଟ୍ ୩୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଣୁ ସରକାର କଠୋର ପଦକ୍ଷେପ ନେଉଛନ୍ତି | ସରକାର କରଫୁ ଜାରିକରିବେ | ପୁଲିସ କଥା ନମାନିଲେ ସେନା ବାହିନୀ ଡାକି ଗୁଳି କରିବାକୁ ନିର୍ଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | କେହି ରାସ୍ତାକୁ କରଫୁ ସମୟରେ ବାହାରିବେ ନାହିଁ | ଜରୁରୀ ଆବଶ୍ୟକ ଥିଲେ ୧୦୦ ରେ ପୁଲିସକୁ ଖବର ଦେଲେ ସହାୟତା ମିଳିବ | ନିର୍ବାଚିତ ପ୍ରତିନିଧିମାନେ ଏ ସମୟରେ ନିଜ ନିଜ ର ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ମୁଖମନ୍ତ୍ରୀ ଆହ୍ୱାନ ଦେଇଛନ୍ତି | ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ପାସପୋର୍ଟ ସରକାର ନେଇଯାଇଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking