27.1 C
Bhubaneswar
Friday, June 28, 2024
Homeଅପରାଧତେଲେଙ୍ଗାନା: ବିଆର୍‌ଏସ୍ ସାଂସଦଙ୍କୁ ଛୁରାମାଡ଼

ତେଲେଙ୍ଗାନା: ବିଆର୍‌ଏସ୍ ସାଂସଦଙ୍କୁ ଛୁରାମାଡ଼

ହାଇଦ୍ରାବାଦ : ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇଥିବାବେଳେ ସୋମବାର ତେଲେଙ୍ଗାନାର ବିଆର୍‌ଏସ୍ (ଭାରତ ରାଷ୍ଟ୍ର ସମିତି) ସାଂସଦ କେ.ପ୍ରଭାକର ରେଡ୍ଡିଙ୍କୁ ଛୁରାମାଡ  କରାଯାଇଥିବା ଜଣାପଡିଛି । ପ୍ରଭାକର ପ୍ରଚାର ଅଭିଯାନରେ ସିଦ୍ଦିପେଟ୍ ଯାଇଥିଲେ । ଘରକୁ ଘର ବୁଲି ପ୍ରଚାର କରୁଥିବାବେଳେ ଜଣେ ବ୍ୟକ୍ତି କରମର୍ଦ୍ଦନ କରିବା ଆଳରେ ପ୍ରଭାକରଙ୍କ ନିକଟକୁ ଆସି ଛୁରାମାଡ କରିଥିବା ଜଣାପଡିଛି । ପ୍ରଭାକରଙ୍କ ପାକସ୍ଥଳୀରେ  ଆଘାତ ଲାଗିଥିବାବେଳେ ତାଙ୍କୁ ଗଜୱେଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଭାକରଙ୍କ ସାଙ୍ଗରେ ଥିବା ଦଳୀୟ କର୍ମୀମାନେ ଆକ୍ରମଣକାରୀଙ୍କୁ ନିସ୍ତୁକ ମାଡ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଛନ୍ତି । ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।  ମେଡକ୍ ଆସନରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଥିବା ପ୍ରଭାକର ଚଳିତ ବିଧାନସଭା ନିର୍ବାଚନରେ ଡୁବାକା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking