28.1 C
Bhubaneswar
Thursday, May 2, 2024
Homeଓଡିଶାତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ 

ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ 

ତେଲକୋଇ: ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ । ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳର ଭିମକାଣ୍ଡ ପଞ୍ଚାୟତର ଗୋଳାଗାଡିଆ ଗାଁ ରେ ହାତୀ ଉପଦ୍ରବ । ବିଳମ୍ବିତ ରାତିରେ ଗାଁରେ ପଶି ଘର ଭାଙ୍ଗିବା ସହ ପନିପରିବା ଫସଲ ନଷ୍ଟ କରିଛନ୍ତି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ୧୫ ଟିକିଆ ହାତୀ ପଲ ଗାଁ ଭିତରେ ପଶି ଉପଦ୍ରବ ଚଳାଇଥିଲେ। ହାତୀ ପଲରେ ୬ଟି ଛୁଆହାତୀ ଥିବା ଜଣାପଡିଛି । ଭିମକାଣ୍ଡ ପଞ୍ଚାୟତ ସରପଞ୍ଚ ନିରଞ୍ଜନ ନାୟକଙ୍କ ବାଡିରେ ପଶି ପନିପରିବା ଫସଲ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଥିଲେ । ଫସଲ ଜଗିବା ମଞ୍ଚାକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଗାଁରେ ପଶି ବିଷ୍ଣୁ ମହାକୁଡ଼ଙ୍କ କାନ୍ଥ ଭାଙ୍ଗି ଘରେ ଥିବା ଭାତକୁ ଖାଇ ଖାଇଦେବା ସହ ଧାନଚାଉଳକୁ ମଧ୍ୟ ଖାଇ ଯାଇଛନ୍ତି । ଘରେ ଥିବା କଡେଇ ହାଣ୍ଡି ଡେକଚିକୁ ଫିଙ୍ଗା ଫୋପଡା କରି ଭାଙ୍ଗି ଦେଇଛନ୍ତି ହାତୀ ପଲ । ହାତୀ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଗାଁ ଭିତରକୁ ଦୌଡ଼ି ପଳେଇ ଥିଲେ । ଗାଁ ଲୋକେ ଟିଣ ବାଡେଇ ଓ ନିଆଁହୋଳା ସାହାଯ୍ୟରେ ହାତୀ ପଲଙ୍କୁ ଘଉଡାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking