କେନ୍ଦ୍ରାପଡ଼ା : ନିଶ୍ଚିନ୍ତକୋଇଲି ପାଖରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ କିଛି ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏବଂ ଗୁରୁତର ଆହତ ଓ ଆହତମାନେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତିହୋଇ ଚିକିତ୍ସାଧୀନ ଅଛନ୍ତି ! ଆଜି କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଗୁରୁତର ଆହତ ଓ ଆହତ ରୋଗୀଙ୍କ ଚିକିତ୍ସା ବିଷୟରେ ଡାକ୍ତରଖାନା କର୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଆହତଙ୍କ ପରିବାରକୁ ଭେଟିଲେ ବିଜେପି ନେତା ତେଜେଶ୍ୱର ପରିଡା.
ସେ କହିଛନ୍ତି ବଡ଼ ପ୍ରଶ୍ନ ହେଉଛି କଟକ ଚାନ୍ଦବାଲି ରାସ୍ତାରେ ବଡ଼ ମାଲବାହୀ ଭାରି ଯାନ ଯଥା ଟ୍ରକ ଚଳାଚଳ ଉପରେ ପ୍ରତିବନ୍ଧକ କାହିଁକି କାର୍ଯ୍ୟକାରୀ ହେଉନାହିଁ ? କଟକ ଓ କେନ୍ଦ୍ରାପଡ଼ା ର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏଥିପାଇଁ ଦାୟୀ ନୁହନ୍ତି କି ? ଟଙ୍କା ଲାଞ୍ଚ ନେଇ ମାଲବାହୀ ଭାରି ଯାନକୁ ଏହି ରାସ୍ତାରେ ଛଡ଼ା ଯିବା କଥା ସତ କି ? ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ତୁରନ୍ତ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ଠାରେ ବାରମ୍ବାର ଦାବି ସତ୍ୱେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେଉ ନାହିଁ କାହିଁକି?
ଆଳିର ବରିଷ୍ଠ ନେତା କୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ, ପୂର୍ବତନ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟର ମଧ୍ୟ ବଡ଼ ମେଡିକାଲରେ କାର୍ଯ୍ୟର ବିଶେଷ ତଦାରାଖ କରୁଥିଲେ.