31.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ଜୈସଲମେର: ରାଜସ୍ଥାନର ଜୈସଲମେର୍ ଠାରେ ଅପରାହ୍ନ ୨ଟା ସମୟରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ତେଜସ୍‌’ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଏହି ତେଜସ୍ ବିମାନକୁ ପ୍ରଶିକ୍ଷଣ ଉଡାଣ ପାଇଁ ବ୍ୟବହାର କରାଯିବା ସମୟରେ ଜବାହର କଲୋନୀ ଅଞ୍ଚଳରେ ଏହି ଅଘଟଣ ଘଟିଛି । ତେଜସ୍ ବିମାନଟି ଆକାଶ ମାର୍ଗରୁ ଜଳନ୍ତା ଅବସ୍ଥାରେ ତଳକୁ ଖସୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଥିଲେ । ତେବେ ବିମାନଟି ତଳେ ପଡିବା ମାତ୍ରେ କିଛି ବାଟ ଘୋଷାଡି ହୋଇଯାଇ ଏଠାରେ ନିର୍ମାଣାଧୀନ ଏକ ହଷ୍ଟେଲ୍ ପାଚେରୀରେ ଧକ୍କା ଖାଇଥିଲା ଏବଂ ସମ୍ପୂର୍ଣ୍ଣ ଜଳିଯାଇଥିଲା ।  ଅନ୍ୟପକ୍ଷେ ଟ୍ରେନି ପାଇଲଟ୍‌ଜଣକ ନିଜ ଉପସ୍ଥିତ ବୁଦ୍ଧି ଯୋଗୁ ପାରାଚୁଟ୍ ସାହାଯ୍ୟରେ ସୁରକ୍ଷିତ ଅବତରଣ କରିଛନ୍ତି ।

ପାଇଲଟ୍‌ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବାୟୁସେନା ପକ୍ଷରୁ ସୂଚନା ମିଳିଛି । ତେବେ ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଇନ୍‌କ୍ୱାରୀ ଗଠନ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ତେଜସ୍ ଯୁଦ୍ଧ ବିମାନକୁ ୨୦୧୬ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧ ବିମାନ, ଭାରତୀୟ ବାୟୁସେନା ପକ୍ଷରୁ ଅନେକ ଯୁଦ୍ଧ ଲଢ଼ିସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ବର୍ଗର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking