39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ସିବିଆଇ ଦ୍ୱାରା ୨ ଶିକ୍ଷାଧିକାରୀ ଗିରଫ

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ସିବିଆଇ ଦ୍ୱାରା ୨ ଶିକ୍ଷାଧିକାରୀ ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଯେଉଁ ଦୁର୍ନୀତି ଲୋକଲୋଚନକୁ ଆସିଛି, ସେହି ଘଟଣାରେ ସିବିଆଇ ପକ୍ଷରୁ ବୁଧବାର ପ୍ରଥମ ଥର ଦୁଇଜଣ ଶିକ୍ଷାଧିକାରୀଙ୍କୁ ଗିରଫ କରାଯାଇଛି । ଏମାନେ ହେଲେ ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ୍‌ର ପୂର୍ବତନ ପରାମର୍ଶଦାତା ଶାନ୍ତିପ୍ରସାଦ ସିହ୍ନା ଓ ପୂର୍ବତନ ଅଧ୍ୟକ୍ଷ ଅଶୋକ ଶାହା । ଏହି ଦୁଇ ଅଭିଯୁକ୍ତ ସମସ୍ତ ନିୟମ ଉଲ୍ଲଂଘନ କରିବା ସହ ଗ୍ରୁପ୍‌-ସି ଷ୍ଟାଫ୍ ନିଯୁକ୍ତି ପାଇଁ ବେଆଇନଭାବେ ସୁପାରିସ କରିଥିଲେ । ଫଳରେ ଅଧିକାଂଶ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଅନାୟାସରେ ଚାକିରୀ ମିଳିଥିଲା । ସୁପାରିସ ପତ୍ର ଜାରି କରିବାକୁ ଏମାନେ ରିଜିଓନାଲ କମିଶନ ଅଧ୍ୟକ୍ଷଙ୍କ ଦସ୍ତଖତକୁ ମଧ୍ୟ ଜାଲ କରିଥିବା କୁହାଯାଇଛି ।

ୱେବ୍‌ସାଇଟ୍‌ରେ କୃତୀ ପରୀକ୍ଷାର୍ଥୀଙ୍କ ନାମ ଉଲ୍ଲେଖ ନକରି ଏମାନେ ଲାଞ୍ଚ ଦେଇଥିବା ପ୍ରାର୍ଥୀଙ୍କ ନିକଟକୁ ସିଧାସଳଖ ନିଯୁକ୍ତି ପତ୍ର ପଠାଇଥିବା ତଦନ୍ତରୁ ଜଣାପଡିଛି । ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏହି ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ନୋଟିସ ଜାରି କରାଯାଇଛି ।

ଆସନ୍ତା ସପ୍ତାହରେ କୋଲକାତାସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ମାଣିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଇଡି ପକ୍ଷରୁ ମାଣିକଙ୍କ ବାସଭବନରେ ଚଢଉ କରାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ସୂଚନାଯୋଗ୍ୟ ଏହି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ମହିଳା ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇସାରିଥିବାବେଳେ ସେମାନଙ୍କ ବାସଭବନରୁ ନଗଦ ୫୦ କୋଟି ଟଙ୍କା ଓ ୫ କିଲୋ ଓଜନର ସ୍ୱର୍ଣ୍ଣାଳଙ୍କାର ଜବତ ହୋଇସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking