24.1 C
Bhubaneswar
Thursday, February 20, 2025
Homeଦେଶ ବିଦେଶକ୍ଲାସ ରୁମରେ ଛାତ୍ରଙ୍କ ସହ  ବିବାହ କଲେ ଅଧ୍ୟାପିକା : ଭାଇରାଲ ହେଲା ଭିଡିଓ  

କ୍ଲାସ ରୁମରେ ଛାତ୍ରଙ୍କ ସହ  ବିବାହ କଲେ ଅଧ୍ୟାପିକା : ଭାଇରାଲ ହେଲା ଭିଡିଓ  

ନୂଆଦିଲ୍ଲୀ : ଯେଉଁଠି ବିଦ୍ୟାଳୟକୁ  ଯାଇ ପାଠ ପଢାଇ ଆସନ୍ତି  ଅଧ୍ୟାପିକା । ସେଠି ଛାତ୍ର ସହ ବିବାହ କରିଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି   ଘଟଣା ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ।  କେବଳ ସାଧାରଣ ବିବାହ ନୁହେଁ । ରୀତିନୀତି ଅନୁସାରେ ବିବାହ କରିଛନ୍ତି ଉଭୟେ ।  ସୋସିଆଲ ମିଡିଆରେ ଭାଇରାଲ ହେବା ପରେ  କୋଲକାତାରୁ ପ୍ରାୟ ୧୫୦ କିଲୋମିଟର୍ ଦୂରରେ ଥିବା ନାଦିଆର ହରିଙ୍ଗଘାଟ୍ ଟେକ୍ନୋଲୋଜି କଲେଜର ଏହି ଦୃଶ୍ୟକୁ ନେଇ ଅନେକ ନିନ୍ଦା କରିଛନ୍ତି।  ପାଏଲ୍ ବାନାର୍ଜୀ ନାମକ ପ୍ରଫେସରଙ୍କୁ ଭିଡିଓରେ କନ୍ୟା ବେଶରେ ମାଳା ପିନ୍ଧିଥିବାର ଦେଖିବାକୁ ମିଳିଛି। ତେବେ ଏହା ପ୍ରକୃତ ବିବାହ ନୁହେଁ ବୋଲି ଅଧ୍ୟାପିକା କହିଛନ୍ତି।ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ  ହିନ୍ଦୁ ବିବାହ ରୀତିନୀତି ଅନୁସାରେ ବିବାହ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଭିଡିଓରେ ଦୁଇଜଣ ମାଳ ଆଦାନପ୍ରଦାନ କରି ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ମହମବତୀ ଚାରିପାଖରେ ବୁଲି ସାତ ବଚନ ଦେଉଛନ୍ତି। ଏଥିରେ ଉଭୟ ପକ୍ଷର ତିନି ଜଣ ସାକ୍ଷୀଙ୍କ ଦସ୍ତଖତ ମଧ୍ୟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking