ଝାରସୁଗୁଡ଼ା: ଭାରୀଯାନ ଧକ୍କାରେ ବାଇକ ଆରୋହୀ ମୃତ । ମୃତ ଯୁବକ ଜଣକ ଲଖନପୁର ବ୍ଲକ ଡୁଙ୍ଗିରିପଡାର ତସିଲ ବାରିକ (୨୨) । ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକରେ ଘଟିଛି ଦୁର୍ଘଟଣା ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।