29.1 C
Bhubaneswar
Thursday, April 24, 2025
Homeଦେଶ ବିଦେଶନୂଆ ଅବତାରରେ ଲଞ୍ଚ ହେଲା ଟାଟା ସଫାରୀ

ନୂଆ ଅବତାରରେ ଲଞ୍ଚ ହେଲା ଟାଟା ସଫାରୀ

ନୂଆଦିଲ୍ଲୀ: ଟାଟା ମୋଟର୍ସ ନିଜର ପପୁଲାର ଆଇକୋନିକ ଏସୟୁବି ଟାଟା ସଫାରୀର ଡାର୍କ ଏଡିସନ ଲଂଚ କରିଛି । ଏହି ଏଡିସନ ବିଷୟରେ ପୂର୍ବରୁ ଅନେକ ଖବର ଆସିଥିଲା । ହେଲେ ଏବେ ଶେଷରେ କମ୍ପାନୀ ଏହାକୁ ଲଂଚ କରିସାରିଛି । ଟାଟା ଏହା ପୂର୍ବରୁ ନିଜର ଅନେକ ମଡେଲ୍ସର ଡାର୍କ ଏଡିସନ ଲଂଚ କରିସାରିଛି ।

ଟାଟା ସଫାରୀ ଡାର୍କ ଏଡିସନ କୁ କମ୍ପାନୀ ୧୯.୦୫ ଲକ୍ଷ ଟଙ୍କାର ପ୍ରାଇସ ଟ୍ୟାଗ ସହିତ ଲଂଚ କରିଛି । ସଫାରୀ ଡାର୍କ ଏଡିସନ ଏକ୍ସଟି ପ୍ଲସ, ଏକ୍ସଟିଏପ୍ଲସ ଓ ଏକ୍ସଜେଡଏପ୍ଲସ ଟ୍ରିମସରେ ଲଂଚ କରିଛି । କାରରେ କିଛି କସମେଟିକ ପରିବର୍ତନ କରାଯାଇଛି । ମେକାନିକାଲ ରୂପରେ କୌଣସି ପରିବର୍ତନ କରାଯାଇନାହିଁ ।
ଏହି କାରର ଭାରତୀୟ ବଜାରରେ ମୁକାବିଲା ମହିନ୍ଦ୍ରା ଏକ୍ସୟୁବି୭୦୦, ଏମଜି ହେକ୍ଟର ପ୍ଲସ, ହ୍ୟୁାଣ୍ଡାଇ ଓ ମାରୁତି ଏକ୍ସଏଲ୬ ସମେତ ଅନ୍ୟ ପପୁଲାର ଏସୟୁବି ଓ ଏମପିବି ସହ ହେବ ।
୬ ଓ ୭ ସିଟର ଅପ୍ସନ ବିଶିଷ୍ଟ ଏହି ଏସୟୁବିରେ ୧୯୫୬ ସିସି ଯାଏଁ ଡିଜଲ ଇଂଜିନ ଲାଗିଛି । ଯାହା ୧୬୭.୬୨ ବିଏଚପି ଯାଏଁ ପାୱାର ଜେନେରଟ କରିଥାଏ । ଟାଟା ସଫାରୀ ମାନୁଆଲ ଓ ଅଟୋମେଟିକ ଟ୍ରାନ୍ସିମଶନ ଅପ୍ସନରେ ଉପଲବ୍ଧ ରହିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking