29.1 C
Bhubaneswar
Sunday, May 19, 2024
Homeଓଡିଶାଟାଟାର ଖେଳ, ଖାଉଟିଙ୍କ କାଳ - ମାୟାଧର ନାୟକ

ଟାଟାର ଖେଳ, ଖାଉଟିଙ୍କ କାଳ – ମାୟାଧର ନାୟକ

ଯାଜପୁର: ଟାଟା ପାୱାର ବିଦ୍ୟୁତ ସେବା ଯୋଗାଇବା ରେ ବିଫଳ ହୋଇଛି l ବିଦ୍ୟୁତ ସେବା ବଦଳ ରେ ଉପଭୋକ୍ତା ଉପରେ ବିଦ୍ୟୁତ ଦେୟ ଓ ଓଭର ଲୋଡ ଆଳ ରେ ଜୁଲମ କରି ମୋଟା ଅଙ୍କ ର ଜୋରିମାନା ଆଦାୟ କରୁଛି l ଏହା କୁ ନେଇ ଟାଟା ହଟାଓ ଅଭିଯାନ ର ଆନ୍ଦୋଳନ ସମଗ୍ର ରାଜ୍ୟ ରେଦେଖା ଯାଇଛି ଓ ଆଶୋନ୍ତୋଷ ଦିନ କୁ ଦିନ ବଢ଼ି ଚାଲିଛି l ଏହା ସରକାର ଙ୍କ ପାଇଁ କାଳ ସାଜିଛି ବିରୋଧ ଦଳ ପାଇଁ ଖୋରାକ ଯୋଗାଉଛି କଂଗ୍ରେସ ଟାଟା ହଟାଓ ବିଦ୍ୟୁତ ସେବାଯୋଗାଅ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କର ଦାବି ରେ ଅନ୍ଧୋଲନ ଜାରି ରଖିଛି l କେତେ ଦୂର ଫାଇଦା ପାଇବ ସମୟ କହିବ l ବିଶିଷ୍ଟ ଶ୍ରମିକ ନେତା ମାୟା ଧର ନାୟକ ଟାଟା ପାୱାର ଓ ରାଜ୍ୟ ସରକାର ଙ୍କୁ ସମାଲୋଚନା କରି କହିଛନ୍ତି ଓଡିଶା ସରକାର ବିଜୁଳି ଅଳିଆକୁ ଟାଟାମୁଣ୍ଡରେ ଲଦିଦେଇଛନ୍ତି । ସମସ୍ତଙ୍କର ଅତ୍ୟନ୍ତ ପ୍ରୟୋଜନୀୟ ବିଜୁଳି ପାଇଁ ସରକାରଙ୍କୁ ବହୁତ ନିନ୍ଦା ସହିବାକୁ ପଡୁଥିଲା ।

‘ବିଜୁଳି ଶାସନ ଗଲାଣି ହୁଗୁଳି’ କଥାଟି କେବେଠୁ କାନକୁକାନ ଖେଳିଯାଇଛି । ଟାଟା ଲୁଣଠୁ ଉଡାଜାହାଜ ବିକ୍ରିକରି ତା’ର ବ୍ୟବସାୟ ସାରାପୃଥିବୀରେ ମେଲାଇଦେଇଛି – କୋଟିକୋଟିଟଙ୍କା ଲାଭରପାହାଡ ସୃଷ୍ଟି କରିଛି । ତଥାପି ଲୋଭ ଛାଡିଲା ନାହିଁ । କଥାରେ ଅଛି – ‘ଅତି ଲୋଭରେ ତନ୍ତି ମରେ’ । ଓଡିଶାରେ ଟାଟା ବିରୁଦ୍ଧରେ ସଂପ୍ରତି ହେଉଥିବା ଆନ୍ଦୋଳନ କେବେ ଦେଖାଦେଇନଥିଲା । ଓଡିଶା ସରକାରଙ୍କ ଅଫିସରକର୍ମଚାରୀମାନଙ୍କୁ ଟାଟା ଭଡାରେ ନେଇଛି । ଯାହା କହୁଛି – ଏମାନେ ସେୟା କରିବାକୁ ବାଧ୍ୟ । ବିଜୁଳି ବିଲ୍‍ରେ ହଜାରେ ଭୂଲ୍‍ । ଏଥିପାଇଁ ଉପଭୋକ୍ତାମାନେ ତଣ୍ଡଗଣିବେ କାହିଁକି ? ଏ ସଂପର୍କରେ ଏକମାତ୍ର ଜୀବିତ ଟାଟା ସନସ୍‍ର ମାଲିକ ରତନ ଟାଟାକୁ ଚିଠି ଲେଖିବେବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ପ୍ରେସ୍‍ ଇସ୍ତାହାରରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking