37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶତପନ ଡେକା ନୂଆ ଆଇବି ମୁଖ୍ୟ

ତପନ ଡେକା ନୂଆ ଆଇବି ମୁଖ୍ୟ

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍ ଅଧିକାରୀ ତପନ ଡେକାଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେହିପରି ର’ ସଚିବ ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଆଉ ଏକବର୍ଷ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରୀ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ଆସାମର ତେଜପୁର ଜିଲ୍ଲା ନିବାସୀ ତପନ ଡେକା ୧୯୮୮ ବ୍ୟାଚ୍‌ର ହିମାଚଳ ପ୍ରଦେଶ କ୍ୟାଡର୍ ଆଇପିଏସ୍ ଅଧିକାରୀ । ପ୍ରମୋସନ ପୂର୍ବରୁ ସେ ଆଇବିର ଅତିରିକ୍ତ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଥିଲେ । ସେ କ୍ୟାରିୟର୍‌ର ଅଧିକାଂଶ ସମୟ ଆଇବିରେ ବିତାଇଥିବା ବେଳେ ଆଇବିର ଜଣେ ଟପ୍ ସ୍ପାଇ ଭାବେ ଜଣାଶୁଣା । ଅନ୍ୟପକ୍ଷରେ ସାମନ୍ତ କୁମାର ଗୋୟଲ୍ ୧୯୮୪ ବ୍ୟାଚ୍ ପଞ୍ଜାବ କ୍ୟାଡର୍ ଆଇପିଏସ୍ ଅଧିକାରୀ ।

ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ୍ (ର)ର ସଚିବ ଭାବେ ତାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେବାକୁ ଥିବାବେଳେ ଏହାକୁ ୨୦୨୩ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟ ଏକ ଆଦେଶରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ପେଶାଲ ସେକ୍ରେଟାରୀ ଥିବା ସ୍ୱାଗତ ଦାସଙ୍କୁ ଗୃହ ମନ୍ତ୍ରଣାଳୟର ସ୍ପେଶାଲ୍ ସେକ୍ରେଟାରୀ (ଆଭ୍ୟନ୍ତରୀଣ ସୁରକ୍ଷା) ଭାବେ ନିଯୁକ୍ତ କରାଯାଇଛି । ଛତିଗଡ଼ କ୍ୟାଡର୍‌ର ୧୯୮୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶ୍ରୀ ଦାସ ୨୦୨୪ ନଭେମ୍ବର ୩୦ ତାରିଖ ଅର୍ଥାତ୍ ତାଙ୍କ ସେବାନିବୃତ୍ତି ପର୍ଯ୍ୟନ୍ତ ଏହି ପଦରେ ରହିବେ । ନିର୍ଦ୍ଦେଶକ ଅରବିନ୍ଦ କୁମାରଙ୍କ ପରେ ଶ୍ରୀ ଦାସ ଆଇବିର ସବୁଠୁ ବରିଷ୍ଠ ଅଧିକାରୀ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking