29.1 C
Bhubaneswar
Saturday, May 11, 2024
Homeଅପରାଧବ୍ଲାକମେଲ୍ କରି ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ତାନ୍ତ୍ରିକ

ବ୍ଲାକମେଲ୍ କରି ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ତାନ୍ତ୍ରିକ

ଘରୌଣ୍ଡାମହିଳାଙ୍କୁ ତାନ୍ତ୍ରିକ ଜାଲରେ ଫସାଇଦେଲା ମୁଣ୍ଡବିନ୍ଧା ଲଗାତାର ମୁଣ୍ଡ ବିନ୍ଧୁ ଥିବାରୁ ଜଣେ ମହିଳା ତାନ୍ତ୍ରିକ ପାଖକୁ ଚିକିତ୍ସା ପାଇଁ ଗଲେ ତାନ୍ତ୍ରିକ କହିଲା ଯେ ସେ ମୁଣ୍ଡବିନ୍ଧା ଠିକ୍ କରିଦେବ ଦିନେ ତାନ୍ତ୍ରିକ କିଛି ନିଶା ପଦାର୍ଥ ପିଆଇ ମହିଳାଙ୍କୁ ଦୁଷ୍କର୍ମ କଲା ଏହା ପରେ ମହିଳାଙ୍କୁ ବ୍ଲାକମେଲ୍ କରି ଲଗାତାର ଦୁଷ୍କର୍ମ କରିବାକୁ ଲାଗିଲା ତାନ୍ତ୍ରିକ ଦିନେ ମହିଳା ବିରୋଧ କରିବାରୁ ତାନ୍ତ୍ରିକ ତାଙ୍କ ଅଶ୍ଲୀଳ ଭିଡିଓକୁ ସୋସିଆଲ ମିଡିଆରେ କରିଦେଲା ଭାଇରାଲ

ଏଭଳି ଘଟଣା ଘଟିଛି ହରିୟାଣାର ବରସତ ଗାଁରେ ମହିଳା ଜଣକ କହିଛନ୍ତି ଯେ କିଛି ମାସ ହେବ ତାଙ୍କ ମୁଣ୍ଡରେ ପ୍ରବଳ ୟନ୍ତ୍ରଣା ହେଉଥିଲା ସେ ଡାକ୍ତରଙ୍କ ପାଖକୁ ମେଡିସିନ୍ ଆଣିବା ପାଇଁ ଯାଉଥିବା ସମୟରେ ରାସ୍ତାରେ ତାଙ୍କୁ ଜଣେ ତାନ୍ତ୍ରିକ ଭେଟହେଲା ତାନ୍ତ୍ରିକ କହିଲା ଯେ ଝଡାଫୁଙ୍କା କରି ସେ ମୁଣ୍ଡବିନ୍ଧା ଠିକ୍ କରିଦେବ ଏହା ପରେ ମହିଳା ଘରକୁ ଚାଲିଯାଇଥିଲେ

ପରେ ସେ ତାନ୍ତ୍ରିକ କହିଥିବା ସ୍ଥାନରେ ପହଞ୍ଚିଥିଲେ ତାନ୍ତ୍ରିକ ତାଙ୍କୁ ଏକ ନିଶା ପଦାର୍ଥ ପିଇବାକୁ ଦେଇଥିଲା ଏହାପରେ ସେ ବେହୋସ ହୋଇପଡିଥିଲେ ବେହୋସ୍ ଅବସ୍ଥାରେ ତାନ୍ତ୍ରିକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ତାଙ୍କ ଅଶ୍ଲୀଳ ଭିଡିଓ ବନାଇଦେଇଥିଲା ମହିଳାଙ୍କ ହୋସ୍ ଆସିବା ପରେ ତାନ୍ତ୍ରିକ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ କାହାକୁ ଏକଥା ନକହିବା ପାଇଁ ଧମକ ଦେଲା ଯଦି କିଏ ଏସମ୍ପର୍କରେ ଜାଣନ୍ତି ତେବେ ଭିଡିଓକୁ ଭାଇରାଲ କରିବାର ଧମକ ଦେଲା ତାନ୍ତ୍ରିକ ଏହାପରେ ଏକ ମାସ ଧରି ସେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲା  

ତାନ୍ତ୍ରିକର ବଢୁଥିବା ଶୋଷଣ ଦେଖି ମହିଳା ଦିନେ ତାକୁ ବିରୋଧ କଲେ ଏହା ପରେ ତାନ୍ତ୍ରିକ ସୋସିଆଲ ମିଡିଆରେ ଭିଡିଓକୁ ଭାଇରାଲ କରିଦେଲା ପୋଲିସ ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଦୁଷ୍କର୍ମ, ଜୀବନରୁ ମାରିଦେବାକୁ ଧମକ, ଆଇଟି ଆକ୍ଟ, ଏସସିଏସି ଆକ୍ଟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି ଡିଏସପି ରାମଦତ୍ତ କହିଛନ୍ତି ଯେ ପୀଡିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଯାଞ୍ଚ ଚାଲିଛି ତେବେ ତାନ୍ତ୍ରିକ ଏବେ ଫେରାର ଅଛି ତାକୁ ସନ୍ଧାନ କରୁଛି ପୋଲିସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking