27.1 C
Bhubaneswar
Monday, May 13, 2024
Homeଅପରାଧବ୍ଲାକମେଲ୍ କରି ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ତାନ୍ତ୍ରିକ

ବ୍ଲାକମେଲ୍ କରି ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ତାନ୍ତ୍ରିକ

ଘରୌଣ୍ଡା: ମହିଳାଙ୍କୁ ତାନ୍ତ୍ରିକ ଜାଲରେ ଫସାଇଦେଲା ମୁଣ୍ଡବିନ୍ଧା । ଲଗାତାର ମୁଣ୍ଡ ବିନ୍ଧୁ ଥିବାରୁ ଜଣେ ମହିଳା ତାନ୍ତ୍ରିକ ପାଖକୁ ଚିକିତ୍ସା ପାଇଁ ଗଲେ । ତାନ୍ତ୍ରିକ କହିଲା ଯେ ସେ ମୁଣ୍ଡବିନ୍ଧା ଠିକ୍ କରିଦେବ । ଦିନେ ତାନ୍ତ୍ରିକ କିଛି ନିଶା ପଦାର୍ଥ ପିଆଇ ମହିଳାଙ୍କୁ ଦୁଷ୍କର୍ମ କଲା । ଏହା ପରେ ମହିଳାଙ୍କୁ ବ୍ଲାକମେଲ୍ କରି ଲଗାତାର ଦୁଷ୍କର୍ମ କରିବାକୁ ଲାଗିଲା ତାନ୍ତ୍ରିକ । ଦିନେ ମହିଳା ବିରୋଧ କରିବାରୁ ତାନ୍ତ୍ରିକ ତାଙ୍କ ଅଶ୍ଲୀଳ ଭିଡିଓକୁ ସୋସିଆଲ ମିଡିଆରେ କରିଦେଲା ଭାଇରାଲ ।
ଏଭଳି ଘଟଣା ଘଟିଛି ହରିୟାଣାର ବରସତ ଗାଁରେ । ମହିଳା ଜଣକ କହିଛନ୍ତି ଯେ କିଛି ମାସ ହେବ ତାଙ୍କ ମୁଣ୍ଡରେ ପ୍ରବଳ ୟନ୍ତ୍ରଣା ହେଉଥିଲା । ସେ ଡାକ୍ତରଙ୍କ ପାଖକୁ ମେଡିସିନ୍ ଆଣିବା ପାଇଁ ଯାଉଥିବା ସମୟରେ ରାସ୍ତାରେ ତାଙ୍କୁ ଜଣେ ତାନ୍ତ୍ରିକ ଭେଟହେଲା । ତାନ୍ତ୍ରିକ କହିଲା ଯେ ଝଡାଫୁଙ୍କା କରି ସେ ମୁଣ୍ଡବିନ୍ଧା ଠିକ୍ କରିଦେବ । ଏହା ପରେ ମହିଳା ଘରକୁ ଚାଲିଯାଇଥିଲେ ।
ପରେ ସେ ତାନ୍ତ୍ରିକ କହିଥିବା ସ୍ଥାନରେ ପହଞ୍ଚିଥିଲେ । ତାନ୍ତ୍ରିକ ତାଙ୍କୁ ଏକ ନିଶା ପଦାର୍ଥ ପିଇବାକୁ ଦେଇଥିଲା । ଏହାପରେ ସେ ବେହୋସ ହୋଇପଡିଥିଲେ । ବେହୋସ୍ ଅବସ୍ଥାରେ ତାନ୍ତ୍ରିକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ତାଙ୍କ ଅଶ୍ଲୀଳ ଭିଡିଓ ବନାଇଦେଇଥିଲା । ମହିଳାଙ୍କ ହୋସ୍ ଆସିବା ପରେ ତାନ୍ତ୍ରିକ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ କାହାକୁ ଏକଥା ନକହିବା ପାଇଁ ଧମକ ଦେଲା । ଯଦି କିଏ ଏସମ୍ପର୍କରେ ଜାଣନ୍ତି ତେବେ ଭିଡିଓକୁ ଭାଇରାଲ କରିବାର ଧମକ ଦେଲା ତାନ୍ତ୍ରିକ । ଏହାପରେ ଏକ ମାସ ଧରି ସେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲା ।
ତାନ୍ତ୍ରିକର ବଢୁଥିବା ଶୋଷଣ ଦେଖି ମହିଳା ଦିନେ ତାକୁ ବିରୋଧ କଲେ । ଏହା ପରେ ତାନ୍ତ୍ରିକ ସୋସିଆଲ ମିଡିଆରେ ଭିଡିଓକୁ ଭାଇରାଲ କରିଦେଲା । ପୋଲିସ ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଦୁଷ୍କର୍ମ, ଜୀବନରୁ ମାରିଦେବାକୁ ଧମକ, ଆଇଟି ଆକ୍ଟ, ଏସସିଏସି ଆକ୍ଟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି । ଡିଏସପି ରାମଦତ୍ତ କହିଛନ୍ତି ଯେ ପୀଡିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଯାଞ୍ଚ ଚାଲିଛି । ତେବେ ତାନ୍ତ୍ରିକ ଏବେ ଫେରାର ଅଛି । ତାକୁ ସନ୍ଧାନ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking