31.1 C
Bhubaneswar
Friday, October 18, 2024
Homeଓଡିଶାବାଇକ୍କୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର, ୨ ମୃତ

ବାଇକ୍କୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର, ୨ ମୃତ

ରାୟଗଡ଼ା: ବାଇକ୍କୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର। ୨ ମୃତ ଓ ଜଣେ ଗୁରୁତର ଆହତ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି। ଖବରପାଇ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି।

ସୂଚନାନୁଯାୟୀ, ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ବାଇକ୍କୁ ଧକ୍କା ଦେବା ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହେଇଛନ୍ତି। ମୃତକମାନେ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗାଁର ମହେଶ୍ଵର ମାଝୀ ଓ ଶଙ୍କରଡା ପଞ୍ଚାୟତ ଅନ୍ତର୍ଗତ କୁପାଖାଲ ଗାଁର ଓଡିଆ ମାଝୀ। ଆହତ ଜଣକ ହେଉଛନ୍ତି ଡେଙ୍ଗାଗୁଡା ଗାଁର ସୁରେଶ ମାଝୀ। ଆହତ ସୁରେଶ ମାଝୀଙ୍କୁ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତି କରାଯାଇଛି ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking