ତାମିଲନାଡୁ: ତାମିଲନାଡୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀ ଜଣେ ବୃଦ୍ଧାଙ୍କୁ ହତ୍ୟା କରି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ହତ୍ୟାକାରୀ ସରକାରୀ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଉକ୍ତ ଛାତ୍ରୀ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି । ମୃତ ବୃଦ୍ଧାଙ୍କ ନାମ ନାଗାଲକ୍ଷ୍ମୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ମୃତ ନାଗାଲକ୍ଷ୍ମୀ ତାଙ୍କ ପୁଅଙ୍କ ସହ ପୋଲାଚି ସହରରେ ବସବାସ କରୁଥିଲେ ।
ପୁଅର ଅଭିଯୋଗକୁ ଭିତ୍ତି କରି ପୋଲାଚି ପଶ୍ଚିମ ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା । ଏହି ତଦନ୍ତରୁ ଜଣେ ନାବାଳିକା ବୃଦ୍ଧା ନାଗାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପଚରାଉଚରା ସମୟରେ ନାବାଳିକା ପୁଲିସ ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରି କହିଥିଲା କି, ‘ବୃଦ୍ଧା ମହିଳାଙ୍କୁ ସେ ଅଳଙ୍କାର ଓ ଟଙ୍କ।। ପାଇଁ ହତ୍ୟା କରିଛି । କାରଣ ତାର ପିତାମାତା ପେସାରେ ଦିନ ମଜୁରିଆ ଥିବାରୁ ବିବାହ ପାଇଁ ଟଙ୍କା ଯୋଗାଡ଼ କରି ପାରୁ ନଥିଲେ କି ଅଳଙ୍କାର କିଣି ପାରୁ ନଥିଲେ । ତେଣୁ ବାଧ୍ୟ ହୋଇ ସେ ଏପରି ଘଟଣା ଘଟାଇଥିଲା । ହତ୍ୟାକାରୀ ଛାତ୍ରୀ ନାଗାଲକ୍ଷ୍ମୀଙ୍କ ପଡ଼ିଶାରେ ରହୁଥିବା ଜଣାପଡ଼ିଛି ।