28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଏହି ରାଜ୍ୟରେ ସରକାରୀ ଚାକିରି କରିବାକୁ ହେଲେ ତାମିଲ ଭାଷା ବାଧ୍ୟତାମୂଳକ

ଏହି ରାଜ୍ୟରେ ସରକାରୀ ଚାକିରି କରିବାକୁ ହେଲେ ତାମିଲ ଭାଷା ବାଧ୍ୟତାମୂଳକ

ଚେନ୍ନାଇଏଥର ରାଜ୍ୟରେ ସରକାରୀ ଚାକିରି କରିବାକୁ ହେଲେ ପ୍ରାର୍ଥୀଙ୍କୁ ତାମିଲ ଭାଷା ଶିଖିବା ବାଧ୍ୟତାମୂଳକ। ଶୁକ୍ରବାର ଏକ ସମ୍ପର୍କିତ ଏକ ବିଲ ତାମିଲନାଡୁ ବିଧାନସଭାରେ ପାରିତ ହୋଇଛି। ରାଜ୍ୟ ସରକାରରେ ଚାକିରି ପାରିବାକୁ ହେଲେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ତାମିଲ ପେପର ପରୀକ୍ଷା ଦେବାକୁ ହେବ। ଏଥିରେ ପାସ୍ କରିବା ଅନିର୍ବାର୍ଯ୍ୟ ହେବ

ବିଧାନସଭାରେ ତାମିଲନାଡୁ ସରକାରୀ ଚାକିରିଆ ଆଧିନିୟମ ୨୦୧୬ରେ ସଂଶୋଧନ କରିବାକୁ ବିଲ୍ ଆଗତ କରାଯାଇଥିଲା। ନୂଆ ପରିବର୍ତ୍ତନ ଅନୁସାରେ ଯଦି ଜଣେ ବ୍ୟକ୍ତି ତାମିଲନାଡୁରେ ଚାକିରି ପାଇବେ ତେବେ ଦୁଇ ବର୍ଷ ଭିତରେ ତାଙ୍କୁ ତାମିଲନାଡୁ ଭାଷାରେ ପରୀକ୍ଷାରେ ପାସ୍ କରିବାକୁ ହେବ। ୨୦୧୬ ତାମିଲନାଡୁ ସରକାରୀ କର୍ମଚାରୀ(ସେବାର ସର୍ତ୍ତ ) ଅଧିନିୟମ ୨୦୧୬ ଅନୁସାରେ, ରାଜ୍ୟର ଭାଷା ଜାଣି ନଥିବା ବ୍ୟକ୍ତି କୌଣସି ପ୍ରକାର ରାଜ୍ୟରେ ନିଯୁକ୍ତି ପାଇପାରିବେ ନାହିଁ

ଗତବର୍ଷ ତାମିଲନାଡୁ ଉଚ୍ଚଶିକ୍ଷମନ୍ତ୍ରୀ କେ ପୋନମୁଦି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ତାମିଲ ଭାଷାକୁ କେନ୍ଦ୍ର ସରକାର ଅଫିସ୍ଗୁଡ଼ିକରେ ସରକାରୀ ଭାଷାର ଭାବରେ ବ୍ୟବହାର କରାଯାଉ ବୋଲି ଅନୁରୋଧ କରିଥିଲେ। ଜବାବରେ ତାମିଲ ଭିଶ୍ୱର ଏକ ସର୍ବପୁରାତନ ଭାଷା ବୋଲି କହିଥିଲେ। ଏହି ଭାଷା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପ୍ରାପ୍ତ ଦିଗରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ। ତେଣୁ ଏହି ଭାଷାର ସଂରକ୍ଷଣ ପ୍ରୋତ୍ସାହନ ଦେବା ପୂରା ଦେଶର କର୍ତ୍ତବ୍ୟ ବୋଲି ଚେନ୍ନାଇରେ କହିଥିଲେ ଶାହ। ଏହାପରେ ପୋନମୁଦୀ ଗୃହମନ୍ତ୍ରୀ

ଶାହଙ୍କ ଉତ୍ତରରେ ପ୍ରତିକ୍ରିୟା ରଖି ଇଞ୍ଜିନୟରିଂ ପାଠକୁ ତାମିଲରେ ଅନୁବାଦ କରିବା ପାଇଁ ଉଦ୍ୟମ ୧୨ ବର୍ଷର ପୂର୍ବେ କରୁଣା ନିଧିଙ୍କ ସରକାର ସମୟରେ ହୋଇଥଲା। ଯାହା ଏବେ କାର୍ଯ୍ୟକାରୀ ହୋଇଛି। ସେହିପର ଖୁବ୍ଶୀଘ୍ର ଡାକ୍ତରୀ ପାଠକୁ ବି ଆଞ୍ଚଳିକ ଭାଷାରେ ଅନୁବାଦ କରିବାକୁ କାମ ଚାଲିଛି ବୋଲି ପୋନମୁଦୀ କହିଛନ୍ତି। କେବଳ ସେତିକି ନୁହେଁ ସଂସ୍କୃତ ଭାଷାର ଉନ୍ନତୀ ପାଇଁ ଅଧିକ ପାଣ୍ଠି ବରାଦ କରାଯାଉ ବୋଲି ସେ ଦାବି କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking