29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶୟୁପିରେ ବିଜେପି ସହିତ ନିର୍ବାଚନ ଲଢିବାକୁ ଚାହୁଁଛି ଜେଡିୟୁ

ୟୁପିରେ ବିଜେପି ସହିତ ନିର୍ବାଚନ ଲଢିବାକୁ ଚାହୁଁଛି ଜେଡିୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାର୍ଟି ଜେଡିୟୁ ପ୍ରସ୍ତୁତ ହେଉଛି । ୟୁପି ନିର୍ବାଚନ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ଆଲୋଚନା ଚାଲିଛି । ଜେଡିୟୁ ନେତା କେସି ତ୍ୟାଗୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ କଥା ହୋଇଛନ୍ତି । କେସି ତ୍ୟାଗୀ କହିଛନ୍ତି, ଉତ୍ତରପ୍ରଦେଶରେ ଆମେ ପୂର୍ବରୁ ବି ଏନଡିଏର ଅଂଶ ରହିଛୁ । ସେଠାରେ ଆମର ହିଧାୟକ, ସାଂସଦ ଓ ମନ୍ତ୍ରୀ ରହିଛନ୍ତି । ୨୦୧୭ ନିର୍ବାଚନରେ ବି ଆମେ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିଲୁ । ହେଲେ ଦଳରେ ସର୍ବସହମତି ପରେ ଆମେ ଲଢିବା ନେଇ ନିର୍ଣ୍ଣୟ ନେଇଥିଲୁ । ଯାହାର ଫାଇଦା ବିଜେପିକୁ ମିଳିଥିଲା । ସେ କହିଛନ୍ତି, ମୁଁ ଯୋଗୀ ଆଦିତ୍ୟନାଥଙ୍କ ସହିତ କଥା ହୋଇଛି । ତାଙ୍କୁ କହିଛି ଯେ, ନୀତିଶ କୁମାରଙ୍କ ପଛୁଆ ସମାଜରେ ଲୋକପ୍ରିୟତାର ବ୍ୟବହାର ୟୁପିରେ ବି କରାଯାଇପାରିବ ।  ଆମ ପାର୍ଟି ଏବେ ବିସ୍ତାର ପାଇଁ ନିଷ୍ପତ୍ତି ନେଇଛି । ଯଦି ଉତ୍ତରପ୍ରଦେଶରେ ବିଜେପି ସହିତ ସମ୍ବନ୍ଧ ନ ହେବ ତେବେ ଆମେ ଏକା ନିର୍ବାଚନ ଲଢିପାରିବୁ । ବିହାରରେ ଏନଡିଏ ଅଂଶ ରହି ବି ଆମେ ପୂର୍ବରୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ରାଜ୍ୟରେ ବିଜେପି ଠାରୁ ଅଲଗା  ନିର୍ବାଚନ ଲଢିସାରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking