28.1 C
Bhubaneswar
Monday, July 1, 2024
Homeଓଡିଶାଅନ୍ତର୍ଜାତୀୟ ଗଣମାଧ୍ୟମରେ ମୟୂରଭଞ୍ଜକୁ ନେଇ ଚର୍ଚ୍ଚା । ବିଶ୍ୱର ୫୦ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ...

ଅନ୍ତର୍ଜାତୀୟ ଗଣମାଧ୍ୟମରେ ମୟୂରଭଞ୍ଜକୁ ନେଇ ଚର୍ଚ୍ଚା । ବିଶ୍ୱର ୫୦ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ

ଭୁବନେଶ୍ୱର:ଅନ୍ତର୍ଜାତୀୟ ଗଣମାଧ୍ୟମ ଟାଇମ୍ ମାଗାଜିନରେ ସ୍ଥାନ ପାଇଛି ମୟୂରଭଞ୍ଜ ଜିଲ୍ଲା । ବିଶ୍ୱର ୫୦ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଛି ମୟୂରଭଞ୍ଜ । ଟାଇମ ପତ୍ରିକାରେ ପ୍ରକାଶିତ ୨୦୨୩ର ଶ୍ରେଷ୍ଠ ସ୍ଥାନ ମଧ୍ୟରୁ ଭାରତର ଲଦାଖ ଓ ମୟୁରଭଞ୍ଜ ସ୍ଥାନ ପାଇଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମୟୁରଭଞ୍ଜ ନିଜର ପ୍ରାକୃତିକ ପରିବେଶ, ବାଘ, ପ୍ରାଚୀନ ମନ୍ଦିର ଓ ଛଉ ନୃତ୍ୟ ପାଇଁ ପରିଚିତ । ମୟୁରଭଞ୍ଜରେ ଥିବା ଶିମିଳିପାଳ ଅଭୟାରଣ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ପ୍ରାକୃତିକ ପରିବେଶ, ଝରଣା, ଏସୀୟ ହାତୀ, କଳା ବାଘଙ୍କ ପାଇଁ ଏହା ବିଶ୍ୱର ପର‌୍ୟ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ଏହା ସହିତ ସବାଇ ଘାସ ସାମଗ୍ରୀ ଓ କଳାକୃତି ସଂପର୍କରେ ବି ପତ୍ରିକାରେ ଉଲ୍ଲେଖ ରହିଛି । ମୟୂରଭଞ୍ଜର ପ୍ରସିଦ୍ଧ ବେଲଗାଡ଼ିଆ ପ୍ରାସାଦ ସମ୍ପର୍କରେ ମଧ୍ୟ ଟାଇମ ମାଗାଜିନରେ ଉଲ୍ଲେଖ ରହିଛି । ୨୦ ଏକରରୁ ଅଧିକ ଜାଗାରେ ନିର୍ମିତ ଏହି ରାଜପ୍ରାସାଦଟି ୧୮୦୦ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ଭିକ୍ଟୋରିଆନ୍ ଓ କୋରେନସିଆଥ୍ ଶୈଳୀରେ ତକ୍ରାଳୀନ ମହାରାଜେଶ୍ୱରୀ ସୁମିତ୍ରା ଭଞ୍ଜଦେଓଙ୍କ ଶାସନ କାଳରେ ନିର୍ମାଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking