20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆଫଗାନିସ୍ତାନରେ ଶ୍ରେଣୀ ମଝିରେ ପରଦା ଟାଣି ହେଉଛି କ୍ଲାସ

ଆଫଗାନିସ୍ତାନରେ ଶ୍ରେଣୀ ମଝିରେ ପରଦା ଟାଣି ହେଉଛି କ୍ଲାସ

ଆଫଗାନିସ୍ତାନ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ବଦଳି ଯାଇଛି ବିଶ୍ୱବିଦ୍ୟାଳୟ ଚିତ୍ର। ଆଉ ଶ୍ରେଣୀରେ ଏକାଠି ବସୁ ନାହାନ୍ତି ଛାତ୍ରଛାତ୍ରୀ। ଏବେ ଶ୍ରେଣୀ ମଝିରେ ଟଣା ଯାଉଛି ପରଦା। ପରଦାର ଗୋଟିଏ ପାର୍ଶ୍ୱରେ ଛାତ୍ର ଏବଂ ଅନ୍ୟ ପାର୍ଶ୍ୱରେ ଛାତ୍ରୀ ବସିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଛାତ୍ରୀଙ୍କୁ କେବଳ ମହିଳା ଶିକ୍ଷକ ହିଁ ପଢ଼ାଇବେ। ସେମାନଙ୍କୁ କୌଣସି ପୁରୁଷ ଶିକ୍ଷକ ପଢ଼େଇବେନି। ଯଦି ମହିଳା ଶିକ୍ଷକ ନିୟୋଜିତ କରିବା ଅସମ୍ଭବ ହୁଏ ତେବେ ଉତ୍ତମ ଚରିତ୍ର ଥିବା ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରାଯିବ। କ୍ଲାସ ସରିବାର ୫ ମିନିଟ ପୂର୍ବରୁ ଛାତ୍ରୀମାନେ କ୍ଲାସ ଛାଡ଼ିବେ। ଛାତ୍ରମାନେ ଶିକ୍ଷାନୁଷ୍ଠାନ ଛାଡ଼ିବା ପର୍ଯ୍ୟନ୍ତ ସେମାନେ ୱେଟିଂ ହଲରେ ରହିବେ। ଏପରି ନିୟମ ଲାଗୁ କରିଛି ତାଲିବାନ।

ଅନ୍ୟପଟେ , ତାଲିବାନ ପୁଣିଥରେ ଆଫଗାନିସ୍ତାନରେ ନିଜର ବର୍ବରତା ଦେଖାଇଛି । କାବୁଲରେ ପାକିସ୍ତାନ ବିରୋଧୀ ରାଲି ମଧ୍ୟରେ ହୋଇଥିବା ଭିଡକୁ ଦେଖି ତାଲିବାନ ଦ୍ୱାରା ଫାୟାରିଂ ହୋଇଛି । ମଙ୍ଗଳବାର କାବୁଲର ଭିନ୍ନ ଭିନ୍ନ ଅଂଚଳରେ ବିପୁଳ ମାତ୍ରାରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ହେଉଥିଲା । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ତାଲିବାନ ଯୁବକଙ୍କ ଦ୍ୱାରା କାବୁଲରେ ରାଷ୍ଟ୍ରପତି ପାଲେସ ନିକଟରେ ଫାୟାରିଂ କରାଯାଇଥିଲା । ସେଠାରେ ବଡ ସଂଖ୍ୟାରେ ପ୍ରଦର୍ଶନକାରୀ ବିକ୍ଷୋଭ କରୁଥିଲେ । ରାଷ୍ଟ୍ରପତି ପାଲେସ ନିକଟରେ ହିଁ କାବୁଲ ସେରେନା ହୋଟେଲ ରହିଛି । ଯେଉଁଠି ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ ମୁଖ୍ୟ ଗତ ଏକ ସପ୍ତାହ ଧରି ରହିଛନ୍ତି । ତାଲିବାନ ଦ୍ୱାରା ସେହି ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ବି ଗିରଫ କରାଯାଇଛି । ଯିଏ ମଙ୍ଗଳବାର ହୋଇଥିବା ପ୍ରଦର୍ଶନକୁ କଭର କରୁଥିଲେ । ଆଫଗାନିସ୍ତାନରେ ଗତ  ଦୁଇ ଦିନ ଧରି ଲଗାତର ଭାବରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ଜାରି ରହିଛି ।  ଆଫଗାନ ନାଗରିକ ପାକିସ୍ତାନ ଦ୍ୱାରା ପଜଂଶୀରରେ କରାଯାଇଥିବା ହାମଲାର  ବିରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking