ଭୁବନେଶ୍ୱର : ଚୋରା ମଦ କାରବାର ମାମଲାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜିଲ୍ଲାପାଳ ସମ୍ମିଳନୀରେ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସେ କହିଛନ୍ତି ଯେ ଅପମିଶ୍ରିତ ମଦ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ନିଜ ଜିଲ୍ଲାରେ ଯଦି କିଛି ଅଘଟଣ ହୁଏ ତେବେ ସେଥିପାଇଁ ଜିଲ୍ଲାପାଳ ଉତ୍ତରଦାୟୀ ରହିବେ ।
ଏହାଛଡ଼ା ସେ କହିଛନ୍ତି ଯେ ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଅ । ଏଥିସହ ଫିଲ୍ଡ ଭିଜିଟ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଥାନା ଓ ଶିକ୍ଷାନୁଷ୍ଠାନକୁ ଯାଆନ୍ତୁ, ବିଚୁ୍ୟତି ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ନୂଆ ସରକାରର ନୂଆ ଅଭିମୁଖ୍ୟକୁ ନେଇ ଆମକୁ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।