26.1 C
Bhubaneswar
Wednesday, January 15, 2025
Homeଖେଳଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟସୂଚୀକୁ ଟି-୨୦ ଲିଗ୍ ଆୟୋଜକଙ୍କ ବିରୋଧ

ଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟସୂଚୀକୁ ଟି-୨୦ ଲିଗ୍ ଆୟୋଜକଙ୍କ ବିରୋଧ

ନୂଆଦିଲ୍ଲୀ: ପାକିସ୍ତାନରେ ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍‌ସ ଟ୍ରଫିକୁ ନେଇ ପୁଣି ବିରୋଧ ଦେଖାଦେଇଛି । ଏବେ କେତେକ ଫ୍ରାଞ୍ଚାଇଜି ଲିଗ୍ ଆୟୋଜକ ଏହାର କାର୍ଯ୍ୟସୂଚୀକୁ ବିରୋଧ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଫେବୃଆରୀ-ମାର୍ଚ୍ଚରେ ମଧ୍ୟ ଟି-୨୦ ଲିଗ୍ ଆୟୋଜିତ ହେଉଛି । ଏହି ସମୟରେ ଯଦି ଆଇସିସି ଟୁର୍ଣ୍ଣାମେଣ୍ଟ୍ ହୁଏ, ତେବେ ଖେଳାଳି ସେମାନଙ୍କ ଲିଗ୍‌ରେ ଖେଳିବେ ନାହିଁ । ତେଣୁ ଆଇସିସି କାର୍ଯ୍ୟସୂଚୀରେ ପରିବର୍ତ୍ତନ  କରିବା ଉଚିତ । ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ-ମାର୍ଚ୍ଚରେ ଆୟୋଜିତ ହେବ । ଏହି ସମୟରେ ଚାରିଟି ଦେଶର ଟି-୨୦ ଲିଗ୍ ମଧ୍ୟ ଚାଲିଥାଏ । ଏହା ପୂର୍ବରୁ ବିସିସିଆଇ ମଧ୍ୟ ପାକିସ୍ତାନକୁ ଟିମ୍ ପଠାଇବାକୁ ବିରୋଧ କରିଥିଲା । ବୋର୍ଡ କହିଥିଲା ଟିମ୍ ଇଣ୍ଡିଆ କୌଣସି କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯିବନାହିଁ । ମିଡିଆ ରିପୋର୍ଟ ଅନୁସାରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବାର ଅଛି । ୮ ଟିମ୍ ମଧ୍ୟରେ ୧୫ ମ୍ୟାଚ୍ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ୍ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବେଳକୁ ୟୁଏଇର ଆଇଏଲ୍‌ଟି୨୦, ବାଂଲାଦେଶର ବିପିଏଲ୍ ଏବଂ ସାଉଥ୍ ଆଫ୍ରିକାର ଏସ୍‌ଏ୨୦ ମଧ୍ୟ ହୋଇଥାଏ । ସେହିପରି ଫେବୃଆରୀ ଶେଷ ଆଡ଼କୁ ପାକିସ୍ତାନର ନିଜସ୍ୱ ଫ୍ରାଞ୍ଚାଇଜି ଲିଗ୍ ପାକିସ୍ତାନ ସୁପର୍ ଲିଗ୍ (ପିଏସ୍‌ଏଲ୍‌) ମଧ୍ୟ ଖେଳାଯାଇଥାଏ । ଫଳରେ ଏହି ୪ ଲିଗ୍ ଆୟୋଜକଙ୍କୁ ଚାମ୍ପିଅନ୍ସ ଟ୍ରଫି କାର୍ଯ୍ୟକ୍ରମକୁ ସବୁଠୁ ଅଧିକ ଅସୁବିଧା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking