28.1 C
Bhubaneswar
Monday, March 31, 2025
Homeଆଇସିସି ଟି-୨୦ ବିଶ୍ୱକପ୍ -୨୦୨୪ଟି-୨୦ ବିଶ୍ବକପ ୨୦୨୪ ; କେବେ ଓ କେଉଁଠି ହେବ ଖେଳ ?

ଟି-୨୦ ବିଶ୍ବକପ ୨୦୨୪ ; କେବେ ଓ କେଉଁଠି ହେବ ଖେଳ ?

ନୂଆଦିଲ୍ଲୀ : ଜୁନ୍ ୨ ରୁ ଟି-୨୦ ବିଶ୍ୱକପ୍ ଖେଳାଯିବ। ଏଥର ବିଶ୍ୱକପ ପାଇଁ ୨୦ଟି ଦଳ ରହିଛନ୍ତି। ଦଳ ଗୁଡ଼ିକ ଏ,ବି,ସି,ଡି ୪ଟି ଗ୍ରୁପ୍‌ରେ ବିଭକ୍ତ ହୋଇଛନ୍ତି। ବିଶ୍ୱକପରେ ୫୫ଟି ମ୍ୟାଚ୍ ଖେଳାଯିବ। ପ୍ରଥମେ ଏକ ଗ୍ରୁପ୍ ପର୍ଯ୍ୟାୟ ହେବ। ଯେଉଁଥିରୁ ଆଠଟି ଦଳ ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହା ପରେ ୪ ଟି ଦଳ ମଧ୍ୟରେ ସେମିଫାଇନାଲ ଏବଂ ତା’ପରେ ୨ ଟିମ ମଧ୍ୟରେ ଫାଇନାଲ ହେବ। କାରିବିୟାନ୍ ଦେଶରେ ଜୁନ୍ ମାସରେ ଗରମ ଏବଂ ବର୍ଷା ହେବାର ସମ୍ଭାବନା ମଧ୍ୟ ଅଛି । ଏଭଳି ପରିସ୍ଥିତିରେ ସେମିଫାଇନାଲରେ ବର୍ଷା ହୋଇପାରେ। ପ୍ରଥମ ସେମିଫାଇନାଲ ପାଇଁ ଏକ ରିଜର୍ଭ ଦିବସ ରଖାଯାଇଛି ଏବଂ ଦ୍ୱିତୀୟ ସେମିଫାଇନାଲ ପାଇଁ ୨୫୦ ମିନିଟ ଅତିରିକ୍ତ ସମୟ ରଖାଯାଇଛି। ତେବେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଭାରତୀୟ ଦଳ ଏହି ମ୍ୟାଚ୍ ଜୁନ୍ ୩ରେ ଖେଳିବ। ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଜୁନ୍ ୯ରେ ଅନୁଷ୍ଠିତ ହେବ। ଟିମ୍ ଇଣ୍ଡିଆର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜୁନ୍ ୧୨ ରେ ଆମେରିକା ଏବଂ ଜୁନ୍ ୧୫ ରେ କାନାଡା ବିପକ୍ଷରେ ହେବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking