33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଆଲ୍ଲା ହୁ ଆକବର କହି ମୃତ ଶିଶୁପୁତ୍ରକୁ ପାଣିରେ ଭସାଇଦେଲେ ପିତା

ଆଲ୍ଲା ହୁ ଆକବର କହି ମୃତ ଶିଶୁପୁତ୍ରକୁ ପାଣିରେ ଭସାଇଦେଲେ ପିତା

ନୂଆଦିଲ୍ଲୀ : ଆଲ୍ଲା ହୁ ଆକବର କହି ମୃତ ଶିଶୁପୁତ୍ରର ଶବକୁ ପାଣିରେ ଭସାଇଦେଲେ ପିତା। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ କାହାର ବି ଲୋମ ଟାଙ୍କୁରି ଉଠିବ। ଭିଡିଓ ଦେଖି ବୁଝିହେଉଛି ସେତେବେଳର ପରିସ୍ଥିତି କେତେ ଭୟାନକ ହୋଇଥିବ। ତେବେ ଏହି ଶିଶୁଙ୍କୁ ଫିଙ୍ଗୁଥିବା ବ୍ୟକ୍ତି ଜଣଙ୍କ ସିରିଆର ମୂଳ ନିବାସୀ। ୩୧ ଜଣ ପ୍ରବାସୀ ନୂଆ କରି ଜୀବନ ଜିଇଁବାକୁ ତୁର୍କିରୁ ଅବୈଧ ଭାବରେ ଇଟାଲୀ ଯାଉଥିଲେ। ବାଟରେ ବୋଟ୍ରୁ ତେଲ ଓ ଖାଦ୍ୟପେୟ ସରିଯିବାରୁ ଶିଶୁପୁତ୍ରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଫଳରେ ବୋଟରେ ପଡ଼ିପଡ଼ି ମୃତକଙ୍କ ଶବ ଯେତେବେଳେ ସଢିବାକୁ ଲାଗିଲା ସେହି ସମୟରେ ଅନ୍ୟ ପ୍ରବାସୀମାନେ ମୃତକଙ୍କୁ କପଡ଼ାରେ ବାନ୍ଧି ସମୁଦ୍ରରେ ଭସାଇଦେଲେ। ତେବେ ଏହି ଘଟଣା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। ସୂଚନାନୁଯାୟୀ, ଅଗଷ୍ଟ ୨୭ରେ ୩୨ ଜଣ ପ୍ରବାସୀ ତୁର୍କୀର ଅନ୍ତାଲ୍ୟା ସହରରୁ ଇଟାଲୀର ପୋଜାଲୋକୁ ଯାତ୍ରା ଆରମ୍ଭ କରିଥିଲେ। ଜଳପଥରେ ଏହି ଯାତ୍ରା ଖୁବ୍ କଠିନ ଥିଲା। ଧୀରେ ଧୀରେ ବୋଟରୁ ତେଲ, ଖାଦ୍ୟପେୟ ସରିବାକୁ ବସିଲା। ତେବେ ଯାତ୍ରା ଅଧାରେ ବୋଟ୍ରୁ ପେଟ୍ରୋଲ, ଖାଦ୍ୟ, ପାନୀୟ ଶେଷ ହୋଇଯିବା କାରଣରୁ ପ୍ରବାସୀମାନେ ଜୀବନ ମରଣ ସହିତ ସଙ୍ଘର୍ଷ କରୁଥିଲେ। ଏହି ସମୟରେ ବୋଟରେ ୬ ଜଣଙ୍କର ମୃତ୍ୟୁ ହୋଇଗଲା। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ଶିଶୁ ସାମିଲ ଥିଲେ। ମୃତକଙ୍କ ଶବ ବୋଟରେ ପଡ଼ିପଡ଼ି ସଢିବାକୁ ଲାଗିଲା। ଫଳରେ ଅନ୍ୟ ପ୍ରବାସୀମାନେ ମୃତକଙ୍କୁ କପଡ଼ାରେ ବାନ୍ଧି ସମୁଦ୍ରରେ ଭସାଇଦେଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking