29.3 C
Bhubaneswar
Tuesday, May 20, 2025
Homeବିଜିନେସ୍ସ୍ୱିଗି ଇନ୍‌ଷ୍ଟାମାର୍ଟର ନୂଆ ଯୋଜନା: ରାତି ୩ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରୀ

ସ୍ୱିଗି ଇନ୍‌ଷ୍ଟାମାର୍ଟର ନୂଆ ଯୋଜନା: ରାତି ୩ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରୀ

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଅଧିକ ସେବା ଯୋଗାଇବାକୁ ଇ-କମର୍ସ ପ୍ଲାଟଫର୍ମ ସ୍ୱିଗି ଇନ୍‌ଷ୍ଟାମାର୍ଟ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ରାତି ୩ଟା ପର୍ଯ୍ୟନ୍ତ ଗ୍ରାହକଙ୍କୁ ଗ୍ରୋସେରି ଆଇଟମ୍ ଡେଲିଭରୀ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପୂର୍ବରୁ ସ୍ୱିଗି ପକ୍ଷରୁ ସକାଳ ୭ଟାରୁ ରାତି ୧ଟା ପର୍ଯ୍ୟନ୍ତ ଏହି ସେବା ଯୋଗାଇ ଦିଆଯାଉଥିଲା । ତେବେ ବିଗତ ୧୨ ମାସ ମଧ୍ୟରେ କମ୍ପାନୀର ବ୍ୟବସାୟ ୧୬ ଗୁଣ ବୃଦ୍ଧି ପାଇଥିବାରୁ ଗ୍ରାହକଙ୍କୁ ଅଧିକ ଖୁସି କରାଇବାକୁ ସେବା ସମୟ ବୃଦ୍ଧି କରାଯାଇଛି ।

ବର୍ତ୍ତମାନ ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ, ଚେନ୍ନାଇ ଓ ହାଇଦ୍ରାବାଦରେ ଲୋକେ ଏଭଳି ରାତ୍ରିକାଳୀନ ସେବା ଉପରେ ଅଧିକ ନିର୍ଭର କରୁଛନ୍ତି । ରାତ୍ରିକାଳୀନ ସେବା ଯୋଗାଇବାରେ ସ୍ୱିଗି ଇନ୍‌ଷ୍ଟାମାର୍ଟ ଦେଶର ପ୍ରଥମ କମ୍ପାନୀ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଡୁନ୍‌ଜୋ, ଜେପ୍‌ଟୋ ଓ ବ୍ଲିଙ୍କିଟ୍ ଭଳି ଏହାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡିକ ମଧ୍ୟ କେତେକ ପ୍ରମୁଖ ସହରରେ ରାତି ୧ଟା ପର୍ଯ୍ୟନ୍ତ ହୋମ ଡେଲିଭେରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking